ଏନ୍.ଏ.ସି ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ୟ୍ୟକ୍ରମ
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଏନ୍.ଏ.ସି ତରଫରୁ ମହାତ୍ମା ଗାନ୍ଧୀ ଙ୍କ୧୫୦ ତମ ଜୟନ୍ତୀପାଳନ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପରିମଳ ଅଭିଯାନ ସଚେତନତା ତଥା ସ୍ଵଛଭାରତ ରାଲି ଅୟୋଜିତ ହୋଇଥିଲା । ସାନ ବଜାର ଠାରୁ ବଡ଼ ବଜାର ପର୍ୟ୍ୟନ୍ତ ଏକ ରାଲି କରାଯାଇ ସଫେଇ କରାଯାଇଥିଲା ।ପରେ ଏନ୍.ଏ.ସି କାର୍ୟ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କାର୍ୟ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁ ଯୋଗଦେଇ ପ୍ଲାଷ୍ଟିକ , ପଲଥିନ କୁ ବର୍ଜନ କରିବା ସହ ପରିବେଶ କୁ ସୁରକ୍ଷା କରିବା ପାଇଁ କହିଥିଲେ । ଗାନ୍ଧୀ ଙ୍କ ୧୫୦ ଜୟନ୍ତୀ ପାଳନ ଅବସରରେ ହିଂସା କୁ ନିଜ ଠାରୁ ଦୂରେଇ ପାରିଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍କୁଲ ମଧ୍ୟରେ ହୋଇଥିବ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାର ୪୫ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହାକୁ ସ.ିଓ ଅନିତା ଅଂଶୁ ମାଳି ସାହୁ ପରିଚାଳନା କରିଥିଲେ ।ପ୍ରାରମ୍ଭରେ ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୃତି ରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଲୋକ ନାଥ ପାଢ଼ୀ, ଲଷ୍ମୀ ପାଢ଼ୀ, ଆନନ୍ଦ ବାରିକ, ବିପିନ ବାରିକ, ନବବେହେରା, ଉତ୍ତମ ବେହେରା, ହରିବିଶ୍ୱାଳ, ଟୁଟୁ ମହାପାତ୍ର, ପ୍ରମୁଖ ସମେତ ସମସ୍ତ କର୍ମଚାରୀ ଓ ସ୍ୱଚ୍ଛ ସାଥୀ, ମହିଳା ସଙ୍ଘ ଉପସ୍ଥିତ ଥିଲେ ।


