ଏନ୍ ଏ ସି ହାତ ରେ ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ଭୁ ସମ୍ପତ୍ତି ମାଲିକାନା

ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ସୋରଡ଼ା ରେ ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ମନ୍ଦିର ଭୁ ସମ୍ପତ୍ତି କୁ ନେଇ ଦିନ କୁ ଦିନ ବିବାଦ ଲାଗି ରହିଛି।ଗଞ୍ଜାମ ଜିଲ୍ଲା ସୋରଡ଼ା ରେ ବିରାଜିତ ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ମନ୍ଦିର ତ୍ରେତେୟା ଯୁଗ ର ଏକ ଜ୍ୱଳନ୍ତ ଉଦାହରଣ।ମନ୍ଦିର ଓ ପ୍ରଭୁ ପଞ୍ଚାନନ ସ୍ଵାମୀ ହେଉଛନ୍ତି ସୋରଡ଼ା ର ଆତ୍ମ ପରିଚୟ।ପ୍ରଭୁ ଙ୍କ ମହିମା ଓ ଭକ୍ତି ସହିତ ଜଡିତ ହୋଇ ରହିଛି ଭକ୍ତ ର ଭାବ।ବର୍ତ୍ତମାନ ଏହି ମନ୍ଦିର ର ଭୁ ସମ୍ପତି ଏବେ ବିପଦ ରେ। କିଛି କ୍ଷମତା ଶାଳୀ ଲୋକଙ୍କ ଚକ୍ରାନ୍ତ ରେ ଏବେ ଏହି ଭୂ ସମ୍ପତ୍ତି।ପ୍ରଭୁ ପଞ୍ଚାନନ ସ୍ଵାମୀଙ୍କ ଭୁ ସମ୍ପତ୍ତି ଓ ଏକ ସ୍ଵଚ୍ଛ ମନ୍ଦିର ପରିଚାଳନା କମିଟି ଗଠନ ପାଇଁ ଭକ୍ତ ବୃନ୍ଦ ଦାବି କରୁଛନ୍ତି।ସୋରଡ଼ା ର ୦୮ନମ୍ବର ୱାର୍ଡ କାଉନସିଲର ମନ୍ଦିର ର ସୁରକ୍ଷା ପ୍ରତି ଦେବୋତ୍ତର ବିଭାଗ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।ମିଳିଥିବା ସୂଚନା ପ୍ରକାରେ ବର୍ତ୍ତମାନ ପଞ୍ଚାନନ ସ୍ଵାମୀଙ୍କ କିଛି ଭୁ ସମ୍ପତ୍ତି ଏବେ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ହାତ କୁ ଚାଲିଯାଇଛି।ଯାହା କୁ ନେଇ ଏବେ ବିବାଦ ଦେଖା ଦେଇଛି।ସୋରଡ଼ା ଏନ୍ ଏ ସି ବହୁ ବାଦ୍ ବିବାଦ ପରେ ସୋରଡ଼ା ରେ ଅବସ୍ଥିତ ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ମନ୍ଦିର ରେ ଏକ ଆଦର୍ଶ ଶ୍ମଶାନ ନିର୍ମାଣ କରିବାକୁ ଯାଉଛି ଏବଂ ଏହା ର କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି।ଏବେ ଏହି ଆଦର୍ଶ ଶ୍ମଶାନ ଜମି ବିବାଦ ରେ ଫସି ରହିଛି।ଯାହା କୁ ନେଇ ବିବାଦ ବଢ଼ିବାରେ ଲାଗିଛି।ଆଦର୍ଶ ଶ୍ମଶାନ ପାଇଁ ଆବଶ୍ୟକ ଜମି ପାଇଁ କିଛି ଲୋକ ପ୍ରତିନିଧି ପଞ୍ଚାନନ ଙ୍କ ସେବାୟତ ମାନଙ୍କୁ ଜମି ହସ୍ତାନ୍ତର କରିବା ପାଇଁ କହିଥିଲେ।କ୍ଷମତା ଶାଳୀ ଲୋକଙ୍କ ଚକ୍ରାନ୍ତ ରେ ଆସି କିଛି ସେବାୟତ ସୋରଡ଼ା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ଜମି ମାଲିକାନା ସୋରଡ଼ା ଏନ୍ ଏ ସି କୁ ଦେଇଦେଲେ।ଯାହା ଫଳରେ ଏବେ ପ୍ରଭୁପଞ୍ଚାନନ ଙ୍କ ଦୁଇଟି ପ୍ଲଟ ୩୧୯ଓ ୩୨୦ର ମାଲିକାନା ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇ ରାଜ୍ୟ ନଗର ଓ ଗୃହ ଉନ୍ନୟନ ବିଭାଗ ଅନ୍ତର୍ଗତ କାର୍ଯ୍ୟନିର୍ବାହୀ ଅଧିକାରୀ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ନାମ ରେ ହୋଇଯାଇଛି।ଏହା କୁ ନେଇ ଏବେ ତଦନ୍ତ ଦାବି କରିଛନ୍ତି ସୋରଡ଼ା ୦୮ନମ୍ବର ୱାର୍ଡ ର କାଉନସିଲର।ଏ ନେଇ ଦେବୋତ୍ତର ବିଭାଗ ସହକାରୀ କମିଶନର ଙ୍କ ନିକଟ ରେ ଦାବି କରିବା ସହ କମିଶନର ଦେବୋତ୍ତର ବିଭାଗ ଭୁବନେଶ୍ଵର ଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ ଦେଇଛନ୍ତି।ଯାହା କୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି ।ଦେବୋତ୍ତର ବିଭାଗ ଅଧିକାରୀ ଆଜି ସୋରଡ଼ା ପଞ୍ଚାନନ ସ୍ଵାମୀ ଙ୍କ ମନ୍ଦିର ଆସି କ୍ଷେତ୍ର ପରିଦର୍ଶନ କରିଥିଲେ।ମନ୍ଦିର ଭୁ ସମ୍ପତି ଏନ୍ ଏ ସି ହାତ କୁ ଚାଲିଯିବା ନେଇ ଅସନ୍ତୋଷ ପ୍ରକାଶ ମଧ୍ୟ କରିଥିଲେ।ସେବାୟତ ମାନଙ୍କ ମନ୍ଦିର ଭୁ ସମ୍ପତି ଉପରେ କୌଣସି ଅଧିକାର ନାହିଁ ବୋଲି ବିରକ୍ତି ପ୍ରକାଶ କରିଥିଲେ।ମନ୍ଦିର ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ପଣ୍ଡା ଙ୍କୁ ଡାକି ଯୋଜନା ଆରମ୍ଭ ହେବା ପୂର୍ବ ରୁ କୌଣସି ଅଧିକାରୀ କମିଟି ସହ ଆଲୋଚନା କରିଛନ୍ତି କି ବୋଲି ପଚାରିବୁଝିଥିଲେ। ଜମି ହସ୍ତାନ୍ତର ସମ୍ବଧୀୟ ଆଲୋଚନା ଦୂର ର କଥା ସୋରଡ଼ା ଏନ୍ ଏ ସି କୌଣସି ଅଧିକାରୀ ଏଠାରେ ଏକ ଶ୍ମଶାନ ନିର୍ମାଣ ନେଇ ସୂଚନା ମଧ୍ୟ ଦେଇନଥିବା ଉପସ୍ଥିତ ଅଧିକାରୀ ଙ୍କୁ କହିଥିଲେ। ଏହି ଶ୍ମଶାନ ନିର୍ମାଣ ପୂର୍ବ ରୁ ଦେବୋତ୍ତର ବିଭାଗ ର ଅନୁମତି ଆବଶ୍ୟକ ଥିଲା ଏହା ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିବାର ଥିଲା ବୋଲି ଦେବୋତ୍ତର ବିଭାଗ କହିଛି।ଏ ସବୁ କୁ ବାଦ୍ ଦେଲେ ମନ୍ଦିର ଜମିର ମାଲିକାନା ହସ୍ତାନ୍ତର କରିବା ସେବାୟତ ମାନଙ୍କ ଅଧିକାର ପରିସର ଭୁକ୍ତ ନାହିଁ ବୋଲି ମଧ୍ୟ କହିଥିଲେ।ସବୁଠାରୁ ଆଲୋଚ୍ୟ ବିଷୟ ହେଲା ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ସହ କୌଣସି ଆଲୋଚନା ନକରି କିପରି ଜମି ହସ୍ତାନ୍ତର ହୋଇଗଲା ଏବଂ ରେଜିଷ୍ଟ୍ରାର ଙ୍କ ଅଫିସ ରେ କିପରି ଏହା ରେଜିଷ୍ଟର ହୋଇଗଲା ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଦେବୋତ୍ତର ବିଭାଗ।ବର୍ତ୍ତମାନ ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ଦୁଇଟି ପ୍ଲଟ ୩୧୯,୩୨୦ସମ୍ପୂର୍ଣ୍ଣ ଏନ୍ ଏ ସି ର ମାଲିକାନା କୁ ପଳେଇଥିବା ବେଳେ ଏହାର ତଦନ୍ତ ଆରମ୍ଭ ହେବ ବୋଲି ଜଣା ପଡିଛି।ଏ ନେଇ ରାଜ୍ୟ ମୁଖ୍ୟ ରେଜିଷ୍ଟ୍ରାର ଙ୍କ ନିକଟ ରେ ଅଭିଯୋଗ କରାଯିବ ଏବଂ ଜମି ହସ୍ତାନ୍ତର ର ତଦନ୍ତ ଦାବି କରାଯିବା ସହ ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କର ବିରୋଧ ରେ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରାଯିବ ବୋଲି ଏନ୍ ଏ ସି ୦୮ୱାର୍ଡ କାଉନସିଲର କହିଛନ୍ତି ଏବଂ ଏହି ହସ୍ତାନ୍ତର ପ୍ରକ୍ରିୟା ୧୯୫୧ଦେବାଦେବୀ ଆଇନ ଓ ସର୍ବୋଚ୍ଚ ନ୍ୟାୟାଳୟ ର ଆଦେଶ ର ଅବମାନନା ବୋଲି କହିଛନ୍ତି କାଉନସିଲର।ଜିଲ୍ଲାପାଳ ବେଆଇନ ଭାବେ ମନ୍ଦିର ଜମି ହସ୍ତାନ୍ତର ପ୍ରକ୍ରିୟା ର ତଦନ୍ତ ପାଇଁ ଦାବି କରିଛନ୍ତି ୦୮ୱାର୍ଡ କାଉନସିଲର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ