ଏନ୍ ଝାଳରସିଂ ଗ୍ରାମରେ ଅଚଳ ମୋବାଇଲ୍ ଟାୱାର ଜରୁରୀ ସେବାରୁ ବଞ୍ଚିତ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅଧୀନ ବନ ପାହାଡ଼ ଘେରା ଦୁର୍ଗମ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଏନ୍ ଝାଳରସିଂ ଗ୍ରାମ। ଏବେ ଏନ୍ ଝାଳରସିଂ ଗ୍ରାମ ଅବହେଳିତ ହୋଇ ରହିଛି। ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ସମ୍ବଲପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଏନ୍ ଝାଳରସିଂ ଗ୍ରାମରେ ଏକ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି ତାହା ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ କାମରେ ଆସୁନି। ଏହାଦ୍ୱାରା ଲୋକେ ସମସ୍ତ ପ୍ରକାର ଜରୁରୀ କାର୍ଯ୍ୟ ବେଳେ କାହା ସହିତ ଯୋଗାଯୋଗ ନ ହେବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଏପରିକି ଗର୍ଭବତୀ ମହିଳାଙ୍କ ଜରୁରୀ ସ୍ୱାସ୍ଥ୍ୟସେବା ସମୟରେ ଅଚଳ ମୋବାଇଲ ଟାୱାର ଯୋଗୁଁ ଯୋଗାଯୋଗ ସମ୍ଭବ ନ ହେବା ଯୋଗୁଁ ଡାକ୍ତରଖାନାକୁ ନେବା ସମ୍ଭବପର ହେଉନାହିଁ. ଜରୁରୀ ସେବା ନ ପାଇ ଅଞ୍ଚଳର କେତେକ ଗର୍ଭବତୀ ମହିଳା ମୃତ୍ୟୁବରଣ କରିଛନ୍ତି ବୋଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏନ୍ ଝାଳରସିଂ ଗ୍ରାମରେ ମୋବାଇଲ୍ ଟାୱାର ସ୍ଥାପନ ହୋଇ ଦୀର୍ଘଦିନ ବିତିଗଲାଣି. ଦୁର୍ଭାଗ୍ୟ ବଶତଃ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇପାରୁନାହିଁ। ବସବାସ କରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଉକ୍ତ ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନ ନିକଟରେ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ତତ୍ପରତା ଦେଖାଉ ନାହାନ୍ତି. ଫଳରେ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଜରୁରୀ ପରିସ୍ଥିତିରେ ପୁଲିସ, ଅଗ୍ନିଶମ ବିଭାଗ କିମ୍ବା ଆମ୍ବୁଲାନ୍ସ ସେବା ପାଇବାକୁ ହେଲେ ଯୋଗାଯୋଗ କଲେ ମଧ୍ୟ ତାହା ସମ୍ଭବ ହେଉନାହିଁ। ବର୍ତ୍ତମାନ ଅଧିକାଂଶ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେଉଥିବା ବେଳେ ସାଧାରଣତଃ ଲୋକେ ବହୁଳ ଭାବେ ମୋବାଇଲ୍ ବ୍ୟବହାର କରୁଛନ୍ତି। ଦୀର୍ଘଦିନ ଧରି ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହେଉନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିଛି। ଏନ୍ ଝାଳରସିଂ ଗ୍ରାମ ବନ ପାହାଡ଼ ଘେରା ମଧ୍ୟରେ ଥିବାରୁ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ବହୁ ଦାବି ନିବେଦନ ପରେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଶୀଘ୍ର ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ