ଏନୱାଈ ସି ସି ଅଧୀନରେ କ୍ଲାଇମେଟ ଚ୍ୟାମ୍ପିଅନ୍ ଅଫ ୟଙ୍ଗ ଇଣ୍ଡିଆ ହେଲେ ଓଡ଼ିଶାର ଶିବାନୀ ପାଢୀ

ବ୍ରହ୍ମପୁର,(ୱାଏନଏସ):ଜାତୀୟ ସ୍ତରରେ କ୍ଲାଇମେଟ୍ ଚାମ୍ପିଅନ ଅଫ ୟଙ୍ଗ ଇଣ୍ଡିଆ ଭାବରେ ମନୋନୀତ ହୋଇଛନ୍ତି ୨୨ ବର୍ଷର ଓଡ଼ିଆ ଝିଅ ଶିବାନୀ ପାଢ଼ୀ । ସୂଚନାଯୋଗ୍ୟ ଯେ ବ୍ରୀଙ୍ଗ ବ୍ୟକ୍ ଗ୍ରୀନ୍ ଫାଉଣ୍ଡେସନ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଫେଲୋସିପ ହେଉଛି ନ୍ୟାସନାଲ୍ ଯୁବ କ୍ଲାଇମେଟ କନସର୍ଟିଅମ୍ (ଏନ ୱାଇ ସି ସି) ଯାହା ୟୁୱା- ୟୁନିସେଫ୍ (ୟୁୱାହା-ୟୁନିସେଫ୍) ଦ୍ଵାରା ସମର୍ଥିତ, ଯାହାପାଇଁ ସମଗ୍ର ଦେଶରୁ ୧୨୦୦ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ଆବେଦନ କରିଥିଲେ l ସେଥିମଧ୍ୟରୁ ସମଗ୍ର ଦେଶରେ ମାତ୍ର ୩୦ଜଣ ଚାମ୍ପିଅନ ଉକ୍ତ ଫେଲୋସିପ ପାଇଁ ମନୋନୀତ ହୋଇଥିଲେ l ସେଥିମଧ୍ୟରୁ ଓଡ଼ିଶାରୁ ଏକମାତ୍ର ଝିଅ ଶିବାନୀ ପାଢ଼ୀ ଯିଏ ଏହି ଫେଲୋସିପ ପାଇଁ ମନୋନୀତ ହୋଇଛନ୍ତି । ଆଗାମୀ ଭବିଷ୍ୟତରେ ସେ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହି ଫେଲୋସିପ ଯୋଗୁଁ ଶିବାନୀଙ୍କୁ ନିଜ ଅଞ୍ଚଳରେ “କଠିନ ବର୍ଜ୍ୟବସ୍ତୁ ପରିଚାଳନା” ବିଷୟ ଉପରେ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିଛି । ଉଲ୍ଲେଖଯୋଗ୍ୟ କି ଶିବାନୀ ପାଢ଼ୀ ହେଉଛନ୍ତି ଗଞ୍ଜାମ ବ୍ରହ୍ମପୁର ର ଝିଅ। ସେ ବର୍ତ୍ତମାନ ନିଷ୍ଟ୍ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର ରେ କମ୍ପ୍ୟୁଟର ବିଜ୍ଞାନ ରେ ସ୍ନାତକ କରୁଛନ୍ତି ହେଲେ ପାଠପଢ଼ା ସହ ସେ ସମାଜସେବା ଓ ଜଳବାୟୁ ପରିବର୍ତ୍ତନ ର ନିରାକରଣ କରିଆସୁଛନ୍ତି। ସେ ଦୀର୍ଘ ତିନି ବର୍ଷ ହେଲା ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ରେ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଗରୀବ ପିଲାଙ୍କୁ ମାଗଣାରେ ଶିକ୍ଷାଦେବା, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ଏହି ଚାରୋଟି କ୍ଷେତ୍ରରେ ସେ କାର୍ଯ୍ୟ କରିଆସୁଛନ୍ତି। ତାହାସହ ସେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ସେ ମାଗଣାରେ ବସ୍ତି ପିଲାଙ୍କୁ ନୃତ୍ୟ ଶିକ୍ଷା ଦିଅନ୍ତି । ଶିବାନୀଙ୍କ ଏହି ସଫଳତା ଯୋଗୁଁ ଓଡ଼ିଶା ବିଶେଷ କରି ବ୍ରହ୍ମପୁର ତାଙ୍କ ଉପରେ ବହୁତ ଗର୍ବ ଅନୁଭବ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ