ଏନ.ଏମ.ଏମ.ଏସ. ପରୀକ୍ଷାରେ ପୋଲସରାରୁ ୧୪ ଜଣ ଓ ବୁଗୁଡ଼ାରୁ ୧୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ପୋଲସରା/ ବୁଗୁଡା, (ଅନିଲ କୁମାରମହାରଣା):କଳିଙ୍ଗ ଜ୍ୟୋତି (ଅନିଲ କୁମାର ମହାରଣା) : ଜାତୀୟ ସାଧନ ତଥା ଉତ୍କର୍ଷ ବୃତ୍ତି ପରୀକ୍ଷା ୨୦୨୦-୨୧ ଫଳ ପ୍ରକାଶ ପାଇଥିବା ବେଳେ ପୋଲସରା ବ୍ଳକରୁ ୧୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବୁଗୁଡା ବ୍ଳକରୁ ୧୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ୦୩-୦୧-୨୦୨୧ ତାରିଖରେ ଏହି ଜାତୀୟ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୋଲସରା ବ୍ଲକରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ହେଲେ ୧- ଦୀପକ ଦାସ, ମଥୁରା ନୋଡାଲ ହାଇ ସ୍କୁଲ, ୨- ମୋନାଲିଶା ପ୍ରଧାନ, କଲମ୍ବ ନୋଡାଲ ୟୁ ପି ସ୍କୁଲ, ୩- ଶ୍ରୀୟା ଶିତନ ରାଉତ, ହାତୀଓଟ ଆଦର୍ଶ ବିଦ୍ୟାଳୟ, ୪- ତାରା ପ୍ରସାଦ ଜେନା, ହାତୀଓଟ ଆଦର୍ଶ ବିଦ୍ୟାଳୟ, ୫- ସୁଶ୍ରୀ ଋତୁଶ୍ରୀ ଦେବୀ, ହାତୀଓଟ ଆଦର୍ଶ ବିଦ୍ୟାଳୟ, ୬- ରୂପାଲି ବେହେରା, ରାଣୀପଡା ୟୁପି ସ୍କୁଲ, ୭- ଶର୍ମିଷ୍ଠା ସାହୁ, ହାତୀଓଟ ଆଦର୍ଶ ବିଦ୍ୟାଳୟ, ୮- ରଚନା ପ୍ରଧାନ, କଲମ୍ବ ନୋଡାଲ ୟୁପି ସ୍କୁଲ, ୯- ରାମେଶ୍ୱର ସାହୁ, ମଥୁରା ନୋଡାଲ ହାଇ ସ୍କୁଲ, ୧୦- ଦିପୁ ପ୍ରଧାନ, କଲମ୍ବ ନୋଡାଲ ୟୁପି ସ୍କୁଲ, ୧୧- ଆଦିତ୍ୟ ସାହୁ, କଲମ୍ବ ନୋଡାଲ ୟୁପି ସ୍କୁଲ, ୧୨- ସୌମ୍ୟ ରଞ୍ଜନ ସାହୁ, ନିମିନା ପ୍ରୋଜେକ୍ଟ ୟୁପି ସ୍କୁଲ, ୧୩- ଶୁଭଶ୍ରୀ ଗୌଡ଼, ହାତୀଓଟ ଆଦର୍ଶ ବିଦ୍ୟାଳୟ, ଓ ୧୪- ଆର୍ୟାନ ନାୟକ, ଜେମାଦେଇ ପୁର ପ୍ରକଳ୍ପ ୟୁପି ସ୍କୁଲ। ସେହିପରି ବୁଗୁଡା ବ୍ଲକରେ ବୃତ୍ତି ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ହେଲେ ୧- ସଂଗ୍ରାମ ବେହେରା, କରଚୁଲି ୟୁପି ସ୍କୁଲ, ୨- ଜି.ଶ୍ରଦ୍ଧା ସୁମନ ଦୋରା , ଗୋଲିଆ ଆଦର୍ଶ ବିଦ୍ୟାଳୟ, ୩- ସୁନୀଲ କୁମାର ରାଉତ, ବୁଗୁଡା ପିପୁଲସ ହାଇ ସ୍କୁଲ, ୪- ଶୁଭମ ସାମନ୍ତରା, ଗୋଲିଆ ଆଦର୍ଶ ବିଦ୍ୟାଳୟ, ୫- ଶକ୍ତି ପ୍ରସାଦ ମିଶ୍ର, ଗୋଲିଆ ଆଦର୍ଶ ବିଦ୍ୟାଳୟ, ୬- ଶିଲା ରଣା, ଏ.କରଡ଼ାବାଡ଼ି ୟୁପି ସ୍କୁଲ, ୭- ଦିପୁ ରଣା, ବାଲିପଦର ନୋଡାଲ ୟୁପି ସ୍କୁଲ, ୮- ଲବ ବେହେରା, ଗୋଲିଆ ଆଦର୍ଶ ବିଦ୍ୟାଳୟ, ୯- ଖିରିଦ୍ଧି ତନୟ ପାତ୍ର, ବାଲିପଦର ନୋଡାଲ ୟୁପି ସ୍କୁଲ, ୧୦- ପୂର୍ଣ୍ଣ ଚନ୍ଦ୍ର ସାହୁ, ବାଲିପଦର ନୋଡାଲ ୟୁପି ସ୍କୁଲ, ଓ ୧୧- ଶୁଭସ୍ମିତା ବେହେରା, ଗୋଲିଆ ଆଦର୍ଶ ବିଦ୍ୟାଳୟ। ସାରା ରାଜ୍ୟର ତାଲିକାରୁ ପୋଲସରା ଓ ବୁଗୁଡା ବ୍ଲକର ଛାତ୍ରଛାତ୍ରୀମାନଙ୍କ ନାମ ବାହାର କଲାବେଳେ ହୁଏତ ବୃତ୍ତି ପାଇଥିବା ପିଲାଙ୍କ ନାମ ରହିଯାଇ ପାରେ,ତେଣୁ ସେମାନେ ବୃତ୍ତି ପାଇଛନ୍ତି କି ନାହିଁ ଜାଣିବା ପାଇଁ ସରକାରୀ ୱେବ ସାଇଟ www.ntse.scertodisha.nic.in ଦେଖିବା ପାଇଁ ଅନୁରୋଧ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ