ଏନ ଏସ ଏସ ତରଫରୁ କୋରୋନା ବିରୋଧୀ ଶପଥପାଠ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମହିଳ ମହାବିଦ୍ୟାଳୟ ରାଇରଙ୍ଗପୁର ରେ ଏନ ଏସ ଏସ ତରଫରୁ କୋରୋନା ବିରୋଧୀ ଏକ ଶପଥ ପାଠ
 ଆୟୋଜିତ ହୋଇଯାଇଛି |ଉତ୍ତର ବିଶ୍ଵ ବିଦ୍ୟାଳୟ ଏନ ଏସ ଏସ ଅଧିକାରୀ ଉଷା ଶତପଥୀର ମାର୍ଗଦର୍ଶନ ରେ ମହିଳା ମହାବିଦ୍ୟାଳୟ କାର୍ଯ୍ୟକ୍ରମ
ଅଧିକାରୀ ବିଜୟ କୂମାର ରାମଙ୍କ ଦିଗ୍ଦର୍ଶନରେ ଆୟୋଜିତ ଏହି ଶପଥ ପାଠ ସମାରୋହରେ କଲେଜ କର୍ମଚାରୀ ଓ ସ୍ଵେଛାସେବୀ ମାନେ ଅଂଶଗ୍ରହଣ 
କରିଥିଲେ|ଅଧକ୍ଷ ଡା: ପ୍ରଦୀପ କୂମାର ମିଶ୍ର ସମସ୍ତଙ୍କୁ କୋରୋନା ବିରୋଧୀ ଶପଥ ପାଠ କରାଇଥିଲେ| ସେବତି ବେହେରା, ତିଲୋତମା ଷଡ଼ଙ୍ଗୀ, 
ସମାପ୍ରି ଦାସ, ରାଜୀବ ପାଲ,ବବଲୁ କୁମ୍ଭକାର, ରୁଦ୍ରନାଥ ଧୀର, ଗଣେଶ୍ଵର ମହାନ୍ତ, ଶାଲୁ ମୁର୍ମୁ, ଶ୍ୟାମ ସୁନ୍ଦର ମଣ୍ଡଳ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ
ସାଫଲ୍ୟ ମଣ୍ଡିତ କରିଥିଲେ|ସମସ୍ତେ ଏନ ଏସ ଏସ ତାଳି ଦେଇ ଳୋରୋନା ବିରୋଧୀ ନାରା ଦେଇଥିଲେ |ରାଜେନ୍ଦ୍ର ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ