ଏନ.ଏସ.ଏସ. ପକ୍ଷରୁ ” ତମାଖୁ ମୁକ୍ତ କ୍ୟାମ୍ପସ” କାର୍ଯ୍ୟକ୍ରମ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା(NSS) ୟୁନିଟ -୨ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ” Tobacco Free Campus” ସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ୮ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏନଏସଏସ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ତମାଖୁ ମୁକ୍ତ କ୍ୟାମ୍ପସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଯୋଗଦେଇଥିଲେ। ପ୍ରିନ୍ସପାଲ ଶ୍ରୀ ଦାଶ ଓ ଅଧ୍ୟାପକ ଶ୍ରୀ ନାୟକ ତମାଖୁ ସେବନର ଅପକାରିତା ବିଷୟରେ ଆଲୋକପାତ କରିଥିଲେ। ” ମୋ କଲେଜ ଅଭିଯାନ ” ର ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ। ପ୍ରୋଗ୍ରାମ ଅଧିକାରୀ ଶ୍ରୀ ପୋଲାଇ ଧନ୍ୟବାଦ ଅର୍ପଣ କରିଥିଲେ।


