ଏନ.ଏସ.ଏସ. ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ଶିବିର
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ -୧(ବାଳକ), ୟୁନିଟ -୨(ବାଳିକା),ଓ ୟୁନିଟ -୩(ବାଳକ ଓ ବାଳିକା) ପକ୍ଷରୁ ୭ ଦିବସିୟ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଡିସେମ୍ବର ୨୬ ତାରିଖ ଦିନ ଉଦ୍ଘାଟିତ ହୋଇଯାଇଛି। ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିରକୁ କଲେଜର ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଛନ୍ତିି। ଏହି ସ୍ୱତନ୍ତ୍ର ଶିବିରରେ ୧୫୦ ଜଣ ଶିବିରାର୍ଥୀ ଅ°ଶଗ୍ରହଣ କରିଛନ୍ତି। ୟୁନିଟ-୧(ବାଳକ) ପ୍ରୋଗ୍ରାମ ଅଫିସର ପ୍ରକାଶ ଚନ୍ଦ୍ର ସାହୁ, ୟୁନିଟ-୨(ବାଳିକା) ପ୍ରୋଗ୍ରାମ ଅଫିସର ବସନ୍ତ କୁମାର ପାଣି ଓ ୟୁନିଟ-୩(ଯୁଗ୍ମ) ପ୍ରୋଗ୍ରାମ ଅଫିସର ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଶିବିରାର୍ଥୀଙ୍କୁ ସେବାର ମୂଲ୍ୟବୋଧ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


