ଏନ.ଏସ.ଏସ. ସ୍ୱେଚ୍ଛାସେବୀ ଙ୍କ ପକ୍ଷରୁ “ଦେଇ ଗଲା ମଦ ଅଲାଜୁକ ପଦ” ନାଟକ ପରିବେଷଣ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ୟୁନିଟ ପକ୍ଷରୁ କଳମ୍ବ ପଞ୍ଚାୟତର ପୋଷ୍ୟ ଗ୍ରାମ ଡେହୁକାରେ ଆୟୋଜିତ ଶୀତକାଳୀନ ସ୍ବତନ୍ତ୍ର ଶିବିର ସୋମବାର ଦିନ ଉଦଯାପିତ ହୋଇଯାଇଛି। ଡିସେମ୍ବର ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଶିବିରରେ ସ୍ବାସ୍ଥ୍ୟସେବୀ ମାନେ ପୋଷ୍ଯ ଗ୍ରାମ ଡେହୁକାରେ ସଫେଇ କାର୍ଯ୍ୟ ସହ ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଜାତୀୟ ସେବା ଯୋଜନା ପୋଗ୍ରାମ ଅଫିସର ଅଧ୍ୟାପିକା ମିନତୀ ଆଚାରୀଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ଡେହୁକା ଗ୍ରାମର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ଗଣନା କରାଯାଇଥିଲା । ସାତ ଦିନ ଧରି ଚାଲିଥିବା ସ୍ବତନ୍ତ୍ର ଶିବିର ଉଦଯାପନୀ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ସେବା ହିଁ ଉତ୍ତମ ନାଗରିକ ଗଢିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅଧ୍ଯାପକ ପ୍ରେମାନନ୍ଦ ପ୍ରଧାନଙ୍କ ରଚିତ, କୃଷ୍ଣଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶିତ ଓ ନବଘନ ପ୍ରଧାନଙ୍କ ଦ୍ବାରା ପରିଚାଳିତ ସଚେତନତା ମୂଳକ ସାମାଜିକ ନାଟକ “ଦେଇଗଲା ମଦ ଆଲାଜୁକ ପଦ” ମଞ୍ଚସ୍ଥ ହୋଇଥିଲା।ମଦ ପିଇବା ଦ୍ବାରା ଧନ ଜୀବନ ହାନୀ ହେଉଥିବା ବେଳେ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା ପାଇଁ ଏହି ସଚେତନତା ମୂଳକ ନାଟକ ପରିବେଷଣ ହୋଇଥିଲା। ଅଧ୍ଯାପକ ଜିତେସ୍ ରାଓ ଦୋରା, ଗୋପିନାଥ ମହାନ୍ତି, ଅମିୟ କୁମାର ସ୍ବାଇଁ, ଅଧ୍ଯାପିକା ଭକ୍ତଲତା ମହାପାତ୍ର ଓ ସଲିଳା ନାୟକ ପରିଚାଳନା କରିଥିବା ବେଳେ ଶିବାନି ଆଚାରୀ, ଏନ.ମଦୁରାଜୁ ଦୋରା, ସିମାଞ୍ଚଳ ଗୌଡ, ପ୍ରଦେଶ କୁମାର ସ୍ବାଇଁ, ମହେଶ୍ବର ଗୌଡ, ନାରାୟଣ ବଡୁ ଓ ଆଶିଷ କୁମାର ନାୟକ ସହଯୋଗ କରିଥିଲେ।


