ଏନ.ସି.ସି କମାଣ୍ଡରଙ୍କ ଶାସଙ୍ଗ ହାଇସ୍କୁଲ ପରିଦର୍ଶନ

ହାଟଡ଼ିହି, : ଏନସିସି କମାଣ୍ଡର ଲେପ୍ଟନାଣ୍ଟ କର୍ଣ୍ଣେଲ ସି. ଚନ୍ଦ୍ରଶେଖର, ସୁବେଦାର ବି.ବି ଗୁରୁ, ନାଏବ ସୁବେଦାର ଆପାଜି ପାଟିଲ, ହାବିଲଦାର ଗୁରୁଚରଣ ସିଂ ପ୍ରମୁଖ ଆଜି ଶାସଙ୍ଗ ହାଇସ୍କୁଲ ପରିଦର୍ଶନ କରି ଏନସିସି ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ଅନୁଷ୍ଠିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିବା ସହିତ ଦେଶର ସୁରକ୍ଷାରେ ସମର ଶିକ୍ଷାର୍ଥି ବାହିନୀର ଉତ୍ସର୍ଗୀକୃତ କାର୍ଯ୍ୟ, ସୁନ୍ଦର ସ୍ୱାସ୍ଥ୍ୟ ଓ ଯୋଗ, ସାମାଜିକ ସେବା କ୍ଷେତ୍ରରେ ସମର ଶିକ୍ଷାର୍ôଥ ବାହିନୀର ଭୁମିକା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ସହ ଏନ.ସି.ସି ଅଫିସର ଶିଶିର କୁମାର ବିଶ୍ୱାଳ ଓ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ