ଏନ.ସି.ସି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଜାତୀୟ ସମର ଶିକ୍ଷାରଥି ବାହିନୀ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ କରାଯାଇଛି । ଛାତ୍ରଛାତ୍ରୀମାନେ ସ୍କୁଲ ଓ ପାଖ ଅ୍ଚଳର ବର୍ଜ୍ୟ ପ୍ଲାଷ୍ଟିକ ଗୁଡିକୁ ସଂଗ୍ରହ କରିଥିଲେ । ଏହାର ସୁ ବିନିଯୋଗ ପାଇଁ ସିଟିଓ ଶିଶିର କୁମାର ବିଶ୍ୱାଳ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ଏଥିପାଇଁ ସପଥ ପାଠ କରିବା ସହ ଶ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଏଥିରେ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । କେନ୍ଦୁଝର ଜିଲ୍ଲା ୧୪ବାଟାଲିଅନ ଏନସିସି ଦ୍ୱାରା ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।


