ଏପ୍ରିଲ ୧୫ରୁ ଜୁନ୍ ୧୫ ଚିନ୍ମୟୀ ଫାଉଣ୍ଡେସନ ଟ୍ରଷ୍ଟ ପାଳୁଛି ଜଳ ଦାନ ମାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖରାଦିନ ଆସିଲେ ପାଣି ମୁନ୍ଦେ ପାଇଁ ହା ହାକାର ଖେଳିଯାଏ । ପଥଚାରୀ ତୃଷ୍ଣା ନିବାରଣ ପାଇଁ ଜଳ ସନ୍ଧାନ କରେ । କେବଳ ପଥଚାରୀ ନୁହଁନ୍ତି ବୁଲା ଗାଈଗୋରୁ, ପଶୁପକ୍ଷୀ, ବୃକ୍ଷଲତା ମଧ୍ୟ ଜଳକ୍ଳିଷ୍ଟତା ଭୋଗନ୍ତି । ରାସ୍ତାଘାଟରେ କାମ କରୁଥିବା ବିଭିନ୍ନ ଶ୍ରମିକୁ ହୁଅନ୍ତୁ ବା ବାଟୋଇ ସେମାନଙ୍କ ତୃଷ୍ଣା ନିବାରଣ ପାଇଁ କାହାର ଦୁଆର ଠକ୍ ଠକ୍ କରିବେ । ଏସବୁକୁ ଦୃଷ୍ଟିରେ ରଖି ଚିନ୍ମୟୀ ଫାଉଣ୍ଡେସନ ଟ୍ରଷ୍ଟ ଆରମ୍ଭ କରିଛି ଜଳ ଦାନ ମାସ । ଜଳ ଦାନକୁ କେବଳ ପୁଣ୍ୟ କାର୍ଯ୍ୟ ଭାବେ ନୁହେଁ, ଗତ ତିନିବର୍ଷ ଧରି ଏହାକୁ ମାନବିକତାର ଏକ କର୍ତ୍ତବ୍ୟ ରୂପେ ପାଳନ କରିଆସୁଛି । ଅପ୍ରେଲ ୧୫ରୁ ଜୁନ୍ ୧୫ ଏହି ଦୁଇମାସ ବାଟୋଇ, ଶ୍ରମିକ, ସଫେଇ କର୍ମଚାରୀ, ବୁଲା ବିକାଳିଙ୍କୁ ତାତିରୁ ତ୍ରାହି ଦେବା ପାଇଁ, ପଶୁପକ୍ଷୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ପାଣି କୁଣ୍ଡର ବ୍ୟବସ୍ଥା ଏବଂ ବୃକ୍ଷଲତାକୁ ଗଛରେ ବୋତଲ ବାନ୍ଧି ସେଥିରେ ପାଣି ଭରି ବୁନ୍ଦା ଜଳସେଚନର ବ୍ୟବସ୍ଥା ପାଇଁ ଟ୍ରଷ୍ଟ କାର୍ଯ୍ୟ କରୁଅଛି । ଚଳିତବର୍ଷ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ଜଳ ଦାନ ମାସର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଓଡ଼ିଆ ସିନେମା ଓ ସିରୟଲ ଜଗତର ଜଣାଶୁଣା ଲୋକପ୍ରି୍ରୟ ଅଭିନେତା ପ୍ରଫେସର ଜ୍ଞାନେନ୍ଦ୍ର କୁମାର ପଲାଇ ଆନୁଷ୍ଠାନିକ ରୂପେ ଉଦ୍‌ଘାଟନ କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଚନ୍ଦ୍ରଶେଖର ଦାସ, ଦୃଷ୍ଟିବାଧିତ ଖେଳାଳିଙ୍କ କୋଚ୍ ତ୍ରିଲୋଚନ ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ରାସ୍ତାକଡ଼ର ବୃକ୍ଷ, ବୁଲା କୁକୁର, ଗାଈଗୋରୁଙ୍କ ସମେତ ସଫେଇ କର୍ମଚାରୀ ଓ ପଥଚାରୀଙ୍କୁ ଜଳ ଦାନ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଉକ୍ତ କାର୍ଯ୍ୟକ୍ରମକୁ ବ୍ୟାପକ ରୂପେ କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ