ଏପ୍ରିଲ ୨ରୁ ଜିଲ୍ଲା ସ୍ତରୀୟ ଅନ୍ତଃ କ୍ଲବ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫

ନବରଙ୍ଗପୁର,(ୱାଇଏନଏସ): ଓଡ଼ିଶା ଫୁଟବଲ ସଂଘ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଏପ୍ରିଲ ୨ ତାରିଖରୁ ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହେବ। ଏ ବାବଦରେ ଓଡ଼ିଶା ଫୁଟବଲ ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଙ୍କୁ ଏକ ଚିଠି ଆସି ପହଞ୍ଚିଛି। ଏଥିରେ ଆସନ୍ତା ୨୪ ତାରିଖ ସୁଦ୍ଧା ଜିଲ୍ଲାର କେଉଁ ଅଞ୍ଚଳରେ ଉକ୍ତ ଚାମ୍ପିୟନସଟ୍ରଫି କରାଯିବ ସେ ବାବଦରେ ଜଣାଇବା ପାଇଁ ଏଥିରେ ଅନୁରୋଧ କରାଯାଇଛି। ଏହି କ୍ରୀଡା ରେ ଜିଲ୍ଲାର କୋଣ ଅନୁ କୋଣର ଖେଳାଳିଙ୍କୁ ସାମିଲ କରାଯିବ ବୋଲି କ୍ରୀଡା ସଂଘର ଉପ ସଭାପତି ଏମ. ବାଲକ୍ରିଷ୍ଣ ରାଓ କହିଛନ୍ତି। କ୍ରୀଡା ସଂଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିବେ ବୋଲି ସମ୍ପାଦକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି। ଆସନ୍ତା ଦିନ କିଛିଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲର କ୍ରୀଡା ସୂଚୀ ପ୍ରକାଶ ପାଇବ ବୋଲି କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟ କୁ ନେଇ ଉମରକୋଟ ଠାରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା କ୍ରୀଡା ସଂଘର ହକି ସମ୍ପାଦକ ଦୁର୍ଗା ମାଲିକ, ଯୁଗ୍ମ ସମ୍ପାଦକ କେ. ଟି. ଜିଲାନି, ଏଥେଲେଟିକ ସମ୍ପାଦକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ମହିଳା ସମ୍ପାଦିକା ଚନ୍ଦନା ମାଲିକ ସମେତ ଅନ୍ୟ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ