ଏପ୍ରିଲ ୨୪ ରୁ ମଇ ୮ : ବୁଗୁଡା ପଞ୍ଚ ଠାକୁରାଣୀ ଯାତ୍ରା
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରରେ ଆସନ୍ତା ୨୦୨୩ ଏପ୍ରିଲ ୨୪ ତାରିଖ ଠାରୁ ମଇ ୮ ତାରିଖ ପର୍ଯ୍ୟନ୍ତ ୧୫ ଦିନ ପାଇଁ ପ୍ରସିଦ୍ଧ ଶ୍ରୀ ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ପ୍ରସ୍ତୁତି ବୈଠରେ ନିଷ୍ପତ୍ତି ହୋଇଥିବା, ଯାତ୍ରା କମିଟିର ସାଧାରଣ ସମ୍ପାଦକ ବିଶ୍ୱ ମୋହନ ମିଶ୍ର ପ୍ରକାଶ କରିଛନ୍ତି। ଯାତ୍ରା କମିଟିର ସଭାପତି ତଥା ପୋଲସରା ବିଧାୟକ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ବୁଗୁଡା ବିରଞ୍ଚିନାରାୟଣ ମଣ୍ଡପରେ ଡିସେମ୍ବର ୧୩ ତାରିଖ ଦିନ ଶ୍ରୀ ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନା ପରେ ପୁରୋହିତଙ୍କ ସହ ଆଲୋଚନା ହୋଇ ୨୦୨୩ ମସିହା ଏପ୍ରିଲ ୨୪ ତାରିଖ ଠାରୁ ମଇ ୮ ତାରିଖ ଦିନ ପର୍ଯ୍ୟନ୍ତ ୧୫ ଦିନ ପାଇଁ ଶ୍ରୀ ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଗଲା। ବୈଠକରେ କାର୍ଯ୍ୟକାରୀ ସଭାପତି ଇଂ ବସନ୍ତ କୁମାର ଦଳେଇ, ଉପସଭାପତି ଗଙ୍ଗାଧର ବିଷୋୟୀ, କେ.ତ୍ରିଲୋଚନ ଦୋରା ଓ ବାପୁଜି ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର, ସହ ସମ୍ପାଦକ ବିଚିତ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ୟୁ ଦିଲ୍ଲୀପ କୁମାର ପାତ୍ର, ମଦନ ଗୋପାଳ ଦୋରା, ଲକ୍ଷ୍ମୀ ନାରାୟଣ ଦାଶ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଏନଏସି ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀଙ୍କ ସମେତ କାଉନସିଲର ବୃନ୍ଦ, ଯାତ୍ରା କମିଟି ସଦସ୍ୟ ବୃନ୍ଦ ଓ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ।


