ଏପ୍ରେଲ ୨ ରୁ ସକାଳୁ ସ୍କୁଲ
ଆସନ୍ତା ୨ ତାରିଖରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ସ୍କୁଲ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୦ଟାରେ ଶେଷ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ଏହି ପରିବର୍ତ୍ତନ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆଦି ୧୦ ବିଭାଗକୁ ଚିଠି କରାଯାଇଛି। ଏହି ନିୟମ ସରକାରୀ, ବେସରକାରୀ ତଥା ପବ୍ଲିକ୍ ସ୍କୁଲଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଅଟେ। ତେବେ ସରକାରୀ ସ୍କୁଲ୍ରେ ମଧ୍ୟାହ୍ନଭୋଜନ ପୂର୍ବାହ୍ନ ୧୦ଟାରେ ପ୍ରଦାନ କରାଯିବ। କୌଣସି ସ୍ଥିତିରେ ବି ସ୍କୁଲଗୁଡ଼ିକ ୧୧ଟା ପରେ ଖୋଲା ରହିବ ନାହିଁ। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ପରୀକ୍ଷା ଶେଷ ହେବ ଏବଂ ପରୀକ୍ଷା କେନ୍ଦ୍ରରେ ପାଣି ଓ ଫାଷ୍ଟଏଡ୍ ସୁବିଧା ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ମେଁ ୬ ରୁ ଗ୍ରାଷ୍ମ ଅବକାଶ (ଛୁଟି) ହେବ ।


