ଏଫଏମ ଆଲୁମିନି ପକ୍ଷରୁ ଶୋକସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ମହାବିଦ୍ୟାଳୟର ପୁରାତନ ଛାତ୍ରସଂସଦର କାର୍ଯ୍ୟାଳୟରେ ସଂସଦର ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାହାନଗାରେ ଘଟିଯାଇଥିବା ରେଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତି ଏବଂ ଦିଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସଂସଦର ସଦସ୍ୟ ସ୍ୱର୍ଗତ ବିଶ୍ୱନାଥ ସାହୁଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ପ୍ରଥମେ ସମସ୍ତ ସଦସ୍ୟ ୨ମିନିଟ ନିରବ ପ୍ରାର୍ଥନା କରି ମୃତ ଆତ୍ମାମାନଙ୍କର ସଦଗତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଡାକ୍ତର ଚୌଧୁରୀଙ୍କ ସମେତ ଗୋପାଳ ଚନ୍ଦ୍ର ଜେନା, ରମାକାନ୍ତ ମହାନ୍ତି, ନିଖିଲ କୁମାର ଆଶ, ଅନୀଲ କୁମାର ପଟ୍ଟନାୟକ, ଶରତ ଚନ୍ଦ୍ର ମିଶ୍ର, ଅମଲ କୁମାର ଦେ, ବିଶ୍ୱନାଥ ପରିଡ଼ା, ସୁରଜିତ ମହାପାତ୍ର, ରାମଚନ୍ଦ୍ର ସେଠୀ, ପ୍ରଣୀତା ମିଶ୍ର, ଯଶୋଦାନନ୍ଦନ ଆଶ, ତ୍ରିଦିବ ନାଏକ ଓ ରାମପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ବକ୍ତବ୍ୟ ରଖିବା ସଂଗେ ସଂଗେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ