ଏଫଏମ କଲେଜ ଆଲୁମିନି ପକ୍ଷରୁ ବରିଷ୍ଠ ନାଗରିକଙ୍କ ପୁଞ୍ଜି ସୁରକ୍ଷା ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପୁଞ୍ଜି ସୁରକ୍ଷା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୁମିନିର ସଭାପତି ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଆୟକର ଦାଖଲ ଓ ଅର୍ଥ ବିନିଯୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସଂସଦର ଅର୍ଥ ବିଭାଗ ସମ୍ପାଦକ ଚାଟାର୍ଡ଼ ଆକାଉଣ୍ଟାଣ୍ଟଣ୍ଟପ୍ରଦୀପ କୁମାର ପଣ୍ଡା ଏଥିରେ ଆଲୋଚକ ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନେ କେଉଁ କେଉଁ ଯୋଜନାରେ ଅର୍ଥ ବିନିଯୋଗ କଲେ ଲାଭ ପାଇବେ, ଇନ୍‌କମ୍ ଟ୍ୟାକ୍ସ ରିଟର୍ଣ୍ଣ କିପରି ସହଜରେ ଦାଖଲ କରିବାକୁ ହେବ ଓ କ୍ଲେମ୍ କିପରି ଫାଇଲ୍ ହେବ ପ୍ରଭୃତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ସଂସଦର ସଭ୍ୟ ସୁରଞ୍ଜନ ଦାସମହାପାତ୍ର, ପିତାମ୍ବର ଦାଶ, ସୁବାସ ପାତ୍ର, ଚିତ୍ରା ପାତ୍ର, କର୍ଣ୍ଣେଲ୍ ଶରତ ମହାପାତ୍ର, ଅନୀଲ୍ ପଟ୍ଟନାୟକ, ଅମୃତାଂଶୁ ପଟ୍ଟନାୟକ, ଶରତ ମିଶ୍ର, ଦୀପକ ଦାସ, ଶୋଭାକର ସାହୁ, ପ୍ରଣତୀ ମିଶ୍ର, ସତ୍ୟ ବାରିକ୍‌, ରାମପ୍ରସାଦ ପ୍ରଧାନ, ରମାକାନ୍ତ ମହାନ୍ତି, ଯଶୋଦାନନ୍ଦନ ଆଶ୍‌, ନିଖିଳ ଆଶ୍ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଆଲୁମିନିର ସାଂଗଠନିକ ସମ୍ପାଦକ ଗୋପାଳ ଚନ୍ଦ୍ର ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ