ଏଫ୍ଆର ଟାୱାରରେ ଅଗ୍ନିକାଣ୍ଡ, ୧୭ ମୃତ
ଢାକା(ଏଜେନ୍ସି): ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ଏଫ୍ଆର ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ଏହି ଘଟଣାରେ ୫ଠରୁ ଊଦ୍ଧ୍ୱର୍ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ଅପରାହ୍ନ ୧୨.୪୫ ସମୟରେ ଏହି ଟାୱାରର ପଞ୍ଚମ ମହଲାରେ କୌଣସିକାରଣବଶତଃ ନିଆଁ ଲାଗିଯାଇଥିଲା । ଆହତଙ୍କୁ ସ୍ଥାନୀୟ କୁର୍ମିଟୋଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲର ନିର୍ଦ୍ଦେଶକ ଜେନେରାଲ ନଫିକନ୍ ନବିଙ୍କ କହିବାନୁୂସାରେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଶ୍ରୀଲଙ୍କା ନାଗରିକ ନିରସ ଚନ୍ଦ୍ର ମଧ୍ୟ ଅଛନ୍ତି । ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ହସ୍ପିଟାଲ ନିର୍ଦ୍ଦେଶକ ଆଶଙ୍କା କରିଛନ୍ତି ।