ଏଫ୍ଡ଼ିଆଇରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଦିଲ୍ଲୀ-ଏନ୍ସିଆର୍
ନୂଆଦିଲ୍ଲୀ, (ଏଜେନ୍ସି): ସର୍ବାଧିକ ପ୍ରତ୍ୟେକ୍ଷ ବିଦେଶୀ ନିବେଶ (ଏଫ୍ଡ଼ିଆଇ) ଆକର୍ଷିତ କରିବା ମାମଲାରେ ଦିଲ୍ଲୀ-ଏନ୍ସିଆର୍ ମହାରାଷ୍ଟ୍ରକୁ ପଛରେ ପକାଇଦେଇଛି । ଡିପାର୍ଟମେଣ୍ଟ ଫର୍ ପ୍ରମୋସନ୍ ଓ ଇଣ୍ଡଷ୍ଟ୍ରୀ ଆଣ୍ଡ ଇଣ୍ଟରନାଲ୍ ଟ୍ରେଡ଼୍ (ଡିଆଇପିପି) ପକ୍ଷରୁ ଜାରି ଆକଳନ ଅନୁସାରେ ଆର୍ଥିକ ବର୍ଷ ୨୦୧୮-୧୯ ପୂର୍ବରୁ ୯ମାସରେ ଦିଲ୍ଲୀରେ ୫୭,୩୩୩କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ନିବେଶ ହୋଇଛି । ୨୦୧୬-୧୭ର ପ୍ରଥମ ୯ମାସରେ ସର୍ବାଧିକ ଏଫ୍ଡ଼ିଆଇ (୪୯%) ହାସଲକାରୀ ମହାରାଷ୍ଟ୍ର ଅଂଶରେ ଲଗାତାର ହ୍ରାସ୍ ହେଉଛି । ସମୁଦାୟ ଏଫ୍ଡ଼ିଆଇରେ ଏହାର ଅଂଶ ୨୦୧୭-୧୮ର ସମାନ ଅବଧି ହ୍ରାସ୍ ପାଇ ୩୨% ରହେ ତେବେ ୨୦୧୮-୧୯ ପୂର୍ବରୁ ୯ମାସରେ ଏହାର ଅକ୍ତିଆର ୨୪% ଅଂଶରେ ରହିଛି । ଅନ୍ୟପକ୍ଷରେ ଏଫ୍ଡ଼ିଆଇରେ ଦିଲ୍ଲୀର ଅଂଶ ବୃଦ୍ଧି ପାଇଛି । ୨୦୧୬-୧୭ର ପ୍ରଥମ ୯ମାସରେ ୧୪%ରୁ ବୃଦ୍ଧି ପାଇ ଏହାର ଅଂଶ ୨୦୧୭-୧୮ର ସମାନ ଅବଧିରେ ୧୭% ହୋଇଛି । ୨୦୧୭-୧୮ର ପ୍ରଥମ ୯ମାସରେ ଏହା ୨୫% ଅଂଶ ଅକ୍ତିଆର କରିଛି । ୨୦୧୮-୧୯(ଏପ୍ରିଲ-ଡିସେମ୍ବର)ରେ ସର୍ବାଧିକ ଏଫ୍ଡ଼ିଆଇ ମାମଲାରେ ଦିଲ୍ଲୀ-ଏନ୍ସିଆର୍ ଓ ମହାରାଷ୍ଟ୍ର ପରେ କ୍ରମଶଃ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ପୁଡ଼ୁଚୋରୀ ଓ ଗୁଜୁରାଟର ସ୍ଥାନ ଆସିଥାଏ ।