ଏଫ୍‌ଏପି କଲୋନୀରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଯୋଡ଼ା, ( ସମୀର କୁମାର ଦାସ ) : ସହର ମଧ୍ୟ ଭାଗରେ ଥିବା ଫେରୋ ଆଲଏଜ ପ୍ଲାଣ୍ଟ(ଏଫ୍‌ଏପି) କଲୋନୀରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଘଟଣାସ୍ଥଳରେ ଯୋଡ଼ା ଆଇଆଇସି ରାଇସେନ ମୁର୍ମୁ, ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଦିଲ୍ଲୀ ଫେରନ୍ତା ସେ ଗତ ୬ ତାରିଖ ଯୋଡ଼ା ଆସିଥିଲେ। ୨ଦିନ ପୌରପାଳିକା କ୍ୱାରାଣ୍ଟାଇନରେ ରହିବା ପରେ ହୋମ କ୍ୱାରାଣ୍ଟାଇନରେ ରହିବା ପାଇଁ ଅନୁମତି ପାଇ ଘରେ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ