ଏଫ. ଆଇ.ଡି.ଆର୍ ଦ୍ଵାର ରିଲିଫ୍ ବଣ୍ଟନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ମହାମାରୀ କରୋନା ର ଭୟାଭିତ ଓ ନିରାକରଣ ପାଇଁ ଲକ୍ ଡାଉନ୍ ରେ ଜିବିକା ହରାଇ ବସିଥିବା ସତାଧିକ ହରିଜନ ପରିବାର ଙ୍କୁ ସହାୟତା ର ହାତ ବଢାଇଛି ଏଫ. ଆଇ.ଡି.ଆର୍, ଭୁବନେଶ୍ବର। ନିର୍ଦେଶକ ଚାରୁଦତ୍ତ ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ରିଲିଫ୍ କାର୍ଯ୍ୟକ୍ରମ କୋଣାର୍କ ଏନ୍ ଏ ସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ବେରୁହଂ- ବିରିଜଙ୍ଗା ଗ୍ରାମରେ ଆଜି ଅନୁଷ୍ଠିତ ହୋଇଥିଲା ।ଏହି ସମୟରେ ଗରିବ ଲୋକମାନଙ୍କ ହିତ ପାଇଁ ଶୁଖିଲା ଖାଦ୍ୟ ଦେବା ସହ ଲୋକ ମାନେ କିପରି ସଚେତନ ହୋଇ ସାବୁନ, ମାସ୍କ ଓ ସାନିଟାଇଜର ର ବ୍ୟବହାର କରିବେ ତାହା ସେମାନଙ୍କୁ ସମାଜ ସେବୀ ରାମକୃଷ୍ଣ ମହାନ୍ତି ବୁଝାଇଥିଲେ। କରୋନା ମହାମାରୀ ସମୟରେ ଗରିବ ଲୋକମାନଙ୍କ ପାଇଁ ଏହି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ବଣ୍ଟନ ନିମନ୍ତେ ଗ୍ରାମ ଵାସୀ ବେଶ ଉତ୍ସାହିତ ହୋଇଥିଲେ। ଏହି ଶୁଖିଲା ଖାଦ୍ୟ ସାମଗ୍ରୀ କୁ ସମ୍ପାଦକ ସାମାଜସେବୀ ରାମକୃଷ୍ଣ ମାହାନ୍ତି ଙ୍କ ନେତୃତ୍ଵରେ ଶ୍ରି ଶୁଭ୍ରାଂଶୁ ସେଠୀ, ସୁନୀଲ ନାୟକ, ନିରଞ୍ଜନ ତ୍ରିପାଠୀ, ପ୍ରିୟ ରଞ୍ଜନ ରଥ, କୁନାଲ ପାତ୍ର, ସୋମ୍ୟରଞ୍ଜନ ମହାନ୍ତି, ପ୍ରଦୀପ୍ତ ପ୍ରଧାନ,କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ରବିନ୍ଦ୍ର ନାଥ ବାହିନୀ ପତି ଓ ସତ୍ୟ ସାଇ ସେବା ସମିତି କୋଣାର୍କ ର ଆବାହକ ବାମଦେବ ଆଳୁକ ପ୍ରମୁଖ ପରିଚାଳନା କରିଥିବା ବେଳେ ଏଫ ଆଇ ଡି ଆର ତରଫ ରୁ ଏହି ପରି ପ୍ରୟାସ ଆଗକୁ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ସମାଜ ସେବୀ ରାମକୃଷ୍ଣ ମହାନ୍ତି ପ୍ରକାଶ କରିଛନ୍ତି।