ଏଫ ଟାଇପ ଷ୍ଟାପ କ୍ବାଟର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ପାଇଁ ୯ ଗୋଟି ଏଫ ଟାଇପ କ୍ବାଟର ନିର୍ମାଣ ପାଇଁ ଡିସେମ୍ବର ୨୨ ତାରିଖ ଦିନ ପୂର୍ବାହ୍ନରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ପୋଲସରା ମେଡ଼ିକାଲ ପରିସରରେ ନିର୍ମାଣ ହେବାକୁ ଥିବା ନଅ ଗୋଟି ଏଫ ଟାଇପ ବାସଗୃହର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟନାରାୟଣ ମୁଦୁଲି ଓ କନିଷ୍ଠ ଯନ୍ତ୍ରୀ ଇଂ ଉକାକାନ୍ତ ପୃଷ୍ଟି ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ମେଡ଼ିକାଲ ଅଫିସରଙ୍କ ସମେତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବ୍ଲକ ଉପାଧ୍ୟକ୍ଷ ସଂଯୁକ୍ତା ବାଡ଼ତ୍ୟା, ବ୍ଲକ ବିଜେଡି ସମ୍ପାଦକ ଅଶୋକ ବିଷୋୟୀ, ପୂର୍ବତନ ନଗର ପାଳ ଭଗବାନ ସାହୁ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା,ରଞ୍ଜିତ ସାହୁ, ରଞ୍ଜନ ପାଣିଗ୍ରାହୀ, ଗୋପାଳ କୃଷ୍ଣ ସାହୁ, ବାବୁଲି ପଟ୍ଟନାୟକ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ