ଏବିଇଓଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :-ବନ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏବିଇଓ ଭାବେ କାର୍ଯ୍ୟକରୁଥିବା ହାଟଡିହି ବ୍ଲକ ଦନେଇପୁର ଗ୍ରାମର ଏବିଇଓ ତଥା ବିଆରସିସି ଅମୁଲ୍ୟ କୁମାର ମିଶ୍ରଙ୍କୁ ଅବସରସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଇଓ ଅଧିର କୁମାର ତରେଇ, ଏବିଇଓ ହରେକୃଷ୍ଣ ଆପଟ, ଗୟାଧର ପଣ୍ଡା, ମଦନ ମୋହନ ନାୟକ, ମୁରଲୀଧର ବଳ ଯୋଗଦେଇ ତାଙ୍କର କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ ଜଣେ ସଚ୍ଚୋଟ, ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ କାର୍ଯ୍ୟକରି ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟାଙ୍କ ନିକଟରେ ପସଂଶା ଭାଜନ ହୋଇପାରିଥିଲେ । କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଉତ୍ତରୀୟ, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବଦ୍ଧିତ କରାଯିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ସଂଗଠନର କର୍ମକତ୍ତା ଧର୍ମେନ୍ଦ୍ର ନାରାୟଣ ଜେନା, ଉପେନ୍ଦ୍ର ବିଶ୍ୱାଳ, ପ୍ରଣୟ ସିଂହ, ଭାଷ୍କର ଚନ୍ଦ୍ର ପାଢ଼ୀ, ବନ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ, କେନ୍ଦୁଆପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ସାମଲଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ସମସ୍ତ ଅଫିସ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ମିଶ୍ର ପୁର୍ବରୁ ହାଟଡିହି ବ୍ଲକ ସଂଗମ ଉପ୍ରା ବିଦ୍ୟାଳୟ ଓ ହାବଳେଶ୍ୱର ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଜଣେ ଆଦର୍ଶ ଶିକ୍ଷକ ଭାବେ ଦୀର୍ଘବର୍ଷ ଶିକ୍ଷାଦାନ କରିବାପରେ ଝୁମ୍ପୁରା, ଘଟଗାଁ ଓ ଘସିପୁରା ବ୍ଲକର ଏବିଇଓ ଭାବେ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦାନ କରିଥିଲେ ।