ଏବିଇଓଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବେଗୁନିଆ : ବେଗୁନିଆ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବେଣୁଧର ପଣ୍ଡାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ନିଜ କାର୍ଯ୍ୟାଳୟରେ ଏବଂ ପରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଲଛମନ ପରିଡ଼ା ଏବିଇଓ ତଥା ବିଆରସିସି ବିଷ୍ଣୁ ପ୍ରସାଦ ମିଶ୍ର, ଦିଲ୍ଲିପ୍ ମହାପାତ୍ରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କର ଗୁଣଗାନ କରିଥିଲେ । ସେହିପରି ରାମଚନ୍ଦ୍ର ଷଣ୍ଡଙ୍କ ସଭାପତିତ୍ୱରେ ଶିକ୍ଷକ ସଂଘ ଭବନରେ ଅନୁଷ୍ଠିତ ସଭାରେ ଏବିଇଓ ଦିଲ୍ଲିପ୍ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ବଟକୃଷ୍ଣ ମଲ୍ଲିକ, ରବିନ୍ଦ୍ରନାଥ ମହାପାତ୍ର, ବସନ୍ତ କୁମର ପ୍ରହରାଜ, ଦାସରଥି ବେହେରା, ବସନ୍ତ କୁମାର ଜୟସିଂହ ପ୍ରମୁଖ ଯୋଗଦେଇ ବିଦାୟୀ ଶ୍ରୀ ପଣ୍ଡାଙ୍କୁ ଜଣେ ସଚ୍ଚୋଟ ନିଷ୍ଠାପର ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ବୋଲି ଅଭିହିତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସୁଧାକର ସେଠୀ । ବିଶ୍ୱଜିତ୍ ପଟ୍ଟନାୟକ, ବିପିନ ବିହାରୀ ସାହୁ, ବସନ୍ତ ବେହେରା, ସରୋଜ କୁମାର ବେହେରା ଓ ନଳୀନି ପ୍ରଭା ଦେବୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ