ଏବିଇଓ ଭାବେ ମଞ୍ଜୁଲତାଙ୍କ ଯୋଗଦାନ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ନୁତନ ଏବିଇଓ ଭାବେ ମଞ୍ଜୁଲତା ରାଉତ କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ସୋସୋ ନୋଡାଲ ସ୍କୁଲରେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଏବିଇଓ ଭାବେ ପଦୋନ୍ନତି ଦିଆଯାଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ନଂ ୨୦୭୧ତା ୨୮/୧/୨୦୨୧ରେ ଏହି ନିର୍ଦ୍ଦେଶନାମା ମିଳିବାପରେ ଶ୍ରୀମତୀ ରାଉତ ଆଜି ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀମତୀ ରାଉତ କାର୍ଯ୍ୟାଳୟରେ ପହଞ୍ଚିବାପରେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ କୁମାର ଜେନା, ମୁଖ୍ୟ କିରାଣୀ ସୁରେନ୍ଦ୍ର କୁମାର ସା, ଡାଟା ଏଣ୍ଟ୍ରି ଅପରେଟର ରଶ୍ମୀରେଖା ମହାନ୍ତି, ମୀତାରାଣୀ ଦାସ, ଶିକ୍ଷକ ପ୍ରଫୁଲ ଜେନା, ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର କୁମାର ରାଉତ,କ୍ଷେତ୍ରବାସୀ ମିଶ୍ର, ପ୍ରଫୁଲ କୁମାର ମଣ୍ଡଳ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଅଭୟ କୁମାର ଜେନା, ବିଷ୍ଣୁ ଚରଣ ଦାଶଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦୀର୍ଘ ମାସ ହେବ ଏଠାରେ ଗୋଟିଏ ଏବିଇଓ ପଦବୀ ଫାଙ୍କା ପଡିଥିବାରୁ ଏହି ପଦବି ପୁରଣ ପାଇଁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ