ଏବିଭିଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଆଇଜର ବ୍ରହ୍ମପୁର ଏବିଭିଡି ଓଡିଶାର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏବିଭିଡି କର୍ମକର୍ତ୍ତାଙ୍କ ପ୍ରେରଣା ଓ ସହଯୋଗ ରେ ଅନୁଷ୍ଠ୍ିତ ଏହି ରକ୍ତ ଦାନ ଶିବିରରେ ରେଜିଷ୍ଟାର ଜୋସ ଷ୍ଟେଭାନସିନ୍ ଅଧକ୍ଷତା କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମ କରିବା ପୂର୍ବରୁ ଆଡଭୋକେଟ୍ ଇଂ ରାଜା ସୁରେଶ , ଭି ପ୍ରସନ୍ନ କୁମାର ପାତ୍ର, ଡା.ଇଂ ,ଭେଙ୍କେଟେକ୍ରିର୍ଷ୍ଣା , ଶ୍ରୀମତି ସୁନନ୍ଦା ପତି ,ପ୍ରଫେସର ଯୋଗେନ୍ଦ୍ର ଶର୍ମା , କୁମାରୀ ଗାୟତ୍ରୀ ଥାମ୍ପି , କୁମାରୀ ସୁକନ୍ୟା ଚକ୍ରବର୍ତ୍ତୀ ,ଗୋବିନ୍ଦ ଭାଷ୍କରନ ରକ୍ତଦାନର ଆବଶ୍ୟକତା ବିସୟରେ ଆଲେକପାତ କରିଥିଲେ । ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୨୧ଜଣ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ରକ୍ତଦାନ ରକ୍ତଦାନ କରିବାକୁ ସଂକଳ୍ପ ବଦ୍ଧ ହୋଇଥିଲେ । ଏହି ରକ୍ତଦାନ ଶିବିରରେ ଡା.ରଶ୍ମିତା ପାଣିଗ୍ରାହୀ ,ସୁଶାନ୍ତ ପାଣିଗ୍ରାହୀ ,ପ୍ରଦୀପ କୁମାର ସୁବୁଦ୍ଧି ,ବହୁମାନ୍ୟଗଣ ବ୍ୟକ୍ତ ଯୋଗ ଦେବା ସହ ଏବିଭିଡି ପକ୍ଷରୁ ସଭାପତି ରମାକାନ୍ତ ରଥ , ସଂପାଦକ ସୁଶାନ୍ତ ଘୋଷ, ଦାମୁଲା ସୁରେଶ , ଦିନେଶୁ ସେନାପତି କାର୍ଯ୍ୟ ପରିଚାଳନା କରିଥିଲେ ।