ଏବିଭିପି କଳାହାଣ୍ଡି ତରଫରୁ ଜି୨୦ ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଜି୨୦ ୨୦୨୩ ର ସଭାପତିତ୍ୱ ଭାରତକୁ ମିଳିଛି | ତେଣୁ ଏହି ପରିପେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ସ୍ୱାଗତ ସଭା ଆୟୋଜନ ହୋଇ ଯାଇଛି | ଏହି ସଭାରେ ବିଶ୍ୱବିଦ୍ୟାଳୟ ଓ ଭବାନୀପାଟଣା ନଗର ସ୍ଥିତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଭାରତର ଜି୨୦ ରେ ସଭାପତିତ୍ୱକୁ ସ୍ୱାଗତ କରିଥିଲେ | ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ବିଦ୍ୟାର୍ଥୀ ମାନଙ୍କୁ ଜି୨୦ଓ ଏଥିରେ ଭାରତର ସଭାପତିତ୍ୱ ବିଷୟରେ ସମ୍ବୋଧିତ କରିଥିଲେ | ଏହି କାର୍ଯ୍ୟକ୍ରମରେ ପିଣ୍ଟୁ ସ୍ୱାଇଁ, ବିଶ୍ୱବିଦ୍ୟାଳୟ ଶାଖା ସମ୍ପାଦକ ପଞ୍ଚାନନ ଦୁର୍ଗା,ନଗର ସହ ସମ୍ପାଦକ ଅଭିଷେକ ନନ୍ଦ, ମିଲନ ରଣା ,ତରୁଣ ସୁନା,ଅଜୟ କୁମାର,ବେଣୁଧର ସୁନାନୀ ଇତ୍ୟାଦି ଉପସ୍ଥିତ ଥିଲେ |ଆଗାମୀ ଦିନରେ ଭାରତର ଏହି ଉପଲବ୍ଧି ଗୁଡିକ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପାଠ୍ୟଚକ୍ର ଓ ସଂଗୋଷ୍ଠୀ ମାଧ୍ୟମରେ ଏବିଭିପି କାର୍ଯ୍ୟ କରିବ ବୋଲି ନଗର ସମ୍ପାଦକ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ