ଏବିଭିପି ନୂତନ କାର୍ଯ୍ୟକାରୀ କମିଟି ଗଠିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାରିପଦା ଝାରପୋଖରିଆ ଆନୁକୂଲ୍ୟରେ ସୀମାନ୍ତ ମହାବିଦ୍ୟାଳୟ ଠାରେ ନୂତନ କାର୍ଯ୍ୟକାରିଣୀ ଶାଖା କାର୍ଯ୍ୟକର୍ତା ଚୟନ କରି ଘୋଷଣା କରାଯାଇଅଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିପଦା ସଂଗଠନ ସମ୍ପାଦକ ସତ୍ୟପ୍ରକାଶ ମହାନ୍ତ ଏବଂ ମୟୂରଭଞ୍ଜ ବିଭାଗର ଖେଳ ପ୍ରମୁଖ ପ୍ରିୟବ୍ରତ ସି ଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କୁ ସଂଗଠନର ବିଭିନ୍ନ ଦାୟିତ୍ଵ ଦିଆଯାଇଛି। ଛାତ୍ର ସଭାପତି ଭାବେ କରିମ୍ ମୁଣ୍ଡା, ଉପସଭାପତି ରବୀନ୍ଦ୍ର ବେହେରା, ସମ୍ପାଦକ ନାରାୟଣ ଗିରି, ସହ ସଂପାଦିକା ମଲିକା ହାଁସଦା, ସହ ସମ୍ପାଦକ ଚନ୍ଦନ ନାୟକ, ସୋସିଆଲ ମିଡ଼ିଆ ସଂଯୋଜକ ରହିମ ମୁଣ୍ଡା,ଏସ୍ ଏଫ୍ ଏସ୍ ଆକାଶ ମୁଣ୍ଡା, ଆର୍ କେ ଏମ୍ ଭାବେ ଗିତାମଣି ଟୁଡୁ, ମୁନି ମୁର୍ମୁ,+୨ ସଂଯୋଜକ ମିହିର ମହାନ୍ତ ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଆଗାମୀ ସମୟରେ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କ ଉନ୍ନତି ପାଇଁ ଏଭିବିପି ବିଭିନ୍ନ କାର୍ଯ୍ୟକ୍ରମ କରିବ ବୋଲି ଛାତ୍ରଛାତ୍ରୀ ନେତୃବୃନ୍ଦ ଆହ୍ଵାନ କରିଛନ୍ତି। ତେବେ ଦୀର୍ଘଦିନ ପରେ ଏବିଭିପି ସଙ୍ଗଠନ ପୁଣି ସୀମାନ୍ତ ଅଞ୍ଚଳରେ ଅଣ୍ଟା ଭିଡିଥିବା ନେଇ ଅଞ୍ଚଳରେ ନୂଆ ଆଶାର ଜାଗରଣ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ