ଏବିଭିପି ପକ୍ଷରୁ ରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ସାଂଗଠନିକ ଜିଲ୍ଲାର ଆସିକା ନଗର ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟରେ ନାରୀ ଜାତିର ପ୍ରତୀକ ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ନିରଂଜନ ମହିଳା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଗଣେଶ୍ଵର ମାଝି ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଯୋଗଦେଇଥିଲେ । ସେହିଭଳି ମେକ ମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ କଲେଜ ଅଧ୍ୟକ୍ଷ ଅଶ୍ବିନୀ କୁମାର ଦାସ ଙ୍କ ଅଧ୍ୟକ୍ଷତା ରେ ଏକ ଆଲୋଚନାଚକ୍ର ସହ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଲକ୍ଷ୍ମୀବାଇ ଙ୍କ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା। ତତ୍ ସହିତ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଇଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ସ୍ମୃତିଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗ ସଂଯୋଜକ ଅନିଲ କୁମାର ସ୍ବାଇଁ, ବିଭାଗ ସହ ସଂଯୋଜକ ହିମାଂଶୁ ଶେଖର ତ୍ରିପାଠୀ, ଘୁମୁସର ଜିଲ୍ଲା ସଂଯୋଜକ ରାହୁଲ ବେହେରା ଯୋଗଦେଇ ଲକ୍ଷ୍ମୀବାଇ ଙ୍କ ସ୍ବାଧିନତା ସଂଗ୍ରାମର ଗାଥା ସହିତ ମହିଳା ସଶକ୍ତିକରଣରେ ବର୍ତ୍ତମାନ ନାରୀର ଭୂମିକା ବିଷୟକୁ ଉପସ୍ଥାପନା କରିଥିଲେ ।