ଏବିଭିପି ପକ୍ଷରୁ ସହୀଦ ଯବାନଙ୍କ ପ୍ରତି କ୍ୟାଣ୍ଡେଲ ପ୍ରଜ୍ୱଳନ ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ମଙ୍ଗଳବାର ଦିନ ସଂଧ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,(ଏବିଭିପି) , ରାଇରଙ୍ଗପୁର ତରଫରୁ ଛତିଶଗଡ଼ର ବିଜାପୁର-ସୁକୁମା ଜଙ୍ଗଲରେ ସିପିଆଇ-ମାଓବାଦୀଙ୍କ କେନ୍ଦ୍ର ଆକ୍ରମଣରେ ଶହୀଦ ହୋଇଥିବା ସମସ୍ତ ବୀର ଯବାନ ମାନଙ୍କୁ କେଣ୍ଡେଲ ପ୍ରଥମ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତଦସହ ଆହତ ଯବାନ ମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଲିଙ୍ଗରାଜ ସେଠୀ,ଚିନ୍ମୟ ବାରିକ,ସୁଚିତ୍ରା ମହାନ୍ତ,ମଂଜୁଲତା ପଣ୍ଡା,ଖୁସୁବୁ ପାଲ, ରାକେଶ ମହାନ୍ତ, ଗୌରବ ରାମ,ଅଂଶୁମାନ ରାମ,ସାଗର ରାମ,ଆଶୀଷ ମହାନ୍ତ,ରାଜେଶ ଆଚାର୍ଯ୍ୟ, ଦୁଷ୍ମନ୍ତ ବେହେରା,ଅମିତ ପୁହାଣ,ନନ୍ଦଲାଲ ମାରାଣ୍ଡିଙ୍କ ସମେତ ବହୁ ଏବିଭିପି ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।