ଏବିସିଡ଼ି ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ
କୋଦଳା :- ବେଗୁନିଆପଡା ସ୍ଥିତ ଏବିସିଡ଼ି ପ୍ଲେ ସ୍କୁଲର ବାର୍ଷିକ ମହୋତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଗୁରୁବନ୍ଦନା କରାଯାଇଥିଲା l ଏଥିରେ ବିଦ୍ୟାଳୟର ଅଧକ୍ଷ ଶ୍ରୀ ରବୀନ୍ଦ୍ରନାଥ ସ୍ୱାଇଁଙ୍କ ତତ୍ୱାବଧାନରେ ବେଗୁନିଆପଡା ସରପଞ୍ଚ ଶ୍ରୀଯୁକ୍ତ ଅରୁଣ କୁମାର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ଅତିଥି ମାନଙ୍କ ଉଦେଶ୍ୟରେ ସ୍ୱାଗତ ସଂଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ଅଂଶ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା lଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ଅଶୋକ କୁମାର ସେନାପତି, ବେଗୁନିଆପଡା ସମିତି ସଭ୍ୟା ନାରାୟଣ ବେହେରା, ସିଆରସି ରାଜେନ୍ଦ୍ର କୁମାର ସେଠି ଓ ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ପୋଲାଇଙ୍କୁ ମଞ୍ଚରେ ସମ୍ନାନିତ କରାଯାଇଥିଲା କ୍ଷ ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ଗୁରୁଜି/ଗୁରୁମା ଓ ପରିଚାଳନା କମିଟିର ସମସ୍ତ ସଭ୍ୟା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l କ।ର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନେ ସଂଗୀତ ପରିବେଷଣ କରିଥିଲେ l ଏବଂ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଉପସ୍ଥିତ ରହି କାର୍ୟ୍ୟକ୍ରମ ସମାପନ କରିଥିଲେ l


