ଏବେବି ଓଡ଼ିଶାରେ ମାସକୁ ଦରମା ମାତ୍ର ୧୦୦ ଟଙ୍କା !
ଭୁବନେଶ୍ୱର : ରବିବାର ପୁରୁଣା ଭୁବନେଶ୍ୱରସ୍ଥିତ ଡ଼ାଲମିଆ ଧର୍ମଶାଳାଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଗ୍ରାପ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମ•ରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି ଓ ନୂତନ ଭାବେ ଦାୟିତ୍ୱ ନେଇଥିବା ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳଙ୍କ ତତ୍ତ୍ୱାବଧାନରେ ସଭା କାର୍ଯ୍ୟ ପରି•ଳନା କରାଯାଇଥିଲା । ଓଡ଼ିଶାର ମୋଟ ୩୦ ଗୋଟି ଜିଲ୍ଲାର ସଭାପତି ଓ ସମ୍ପାଦକ ଓ ବିଭିନ୍ନ ଗ୍ରାମ ପଞ୍ଚାୟତର ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ବ୍ଲକ ସଭାପତି, ସମ୍ପାଦକମାନେ ଉପସ୍ଥିତ ହୋଇ ସଭା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟତଃ ଦୀର୍ଘବର୍ଷ ଧରି ଅର୍ଥାତ୍ ୧୯୫୨ ମସିହା ପରଠାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଥମେ ପିଅନ ଓ ପରେ ରାତ୍ର ଜଗୁଆଳ, ଝାଡ଼ୁଦାରମାନେ ନିଯୁକ୍ତି ପାଇଥିଲେ । କିନ୍ତୁ ମାସକୁ କେଉଁ ପଞ୍ଚାୟତରେ ୧୦୦/୨୦୦/୧୫୦୦ ଟଙ୍କା ମାତ୍ର ପାରିଶ୍ରମିକ ପାଇ କାର୍ଯ୍ୟ କରୁଛନ୍ତି । ଭାରତ ସ୍ୱାଧୀନ ହେବା ପରଠାରୁ ଏହା କପୋଳ କଳ୍ପିତ କାହାଣୀ ହୋଇପାରେ, କିନ୍ତୁ ଏହାକୁ ଯଦି ବାସ୍ତବ ସତ୍ୟ ବୋଲି କୁହାଯିବ ଆଜି ହୁଏତ କେହି ଏହାକୁ ବିଶ୍ୱାସ କରିବେ ନାହିଁ । ହେଲେ ଏଭଳି ଘଟୁଛି ଓଡ଼ିଶା ରାଜ୍ୟରେ ଏବଂ ଆମ ତୁମ ପଞ୍ଚାୟତରେ । ପଞ୍ଚାୟତରେ ଚତୁର୍ଥ ଶ୍ରେଣୀ କର୍ମ•ରୀମାନଙ୍କର ଏହାହିଁ ବାସ୍ତବ ଛବି । ଏହି କର୍ମ•ରୀମାନେ ପଞ୍ଚାୟତ ଅଫିସ୍ରେ ଯାବତୀୟ କାର୍ଯ୍ୟ କରୁଥିବା ବେଳେ କୌଣସି ପଦସ୍ଥ କର୍ମ•ରୀ କିମ୍ବା ପଞ୍ଚାୟତ ବୈଠକ ବେଳେ ସେମାନେ ଦିନରାତି ଗୋତି ଶ୍ରମିକ ଭଳି ଖଟିଥାନ୍ତି । ଭବିଷ୍ୟତରେ ସରକାରୀ ଅନୁଦାନ ପାଇବାର ଆଶା ରଖି ସେମାନେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରନ୍ତି । ଏହି କର୍ମ•ରୀମାନଙ୍କର ସମସ୍ୟା ପୂର୍ବରୁ ବହୁବାର ରାଜ୍ୟ ସରକାରଙ୍କ କାନରେ ବାଜିଛି । ଏପରିକି ୨୦୧୯ ସାଧାରଣ ନିର୍ବାଚନ ଦୁଇମାସ ପୂର୍ବରୁ ଗ୍ରାପ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମ•ରୀମାନଙ୍କର ଅନୁଦାନ ପାଇବା ଦାବି ଫାଇଲ୍ଟି ପଞ୍ଚାୟତିରାଜ ବିଭାଗରୁ ଅର୍ଥ ବିଭାଗକୁ ଅନୁମୋଦନ ନିମନ୍ତେ ପଠାଯାଇଥିଲା ଏବଂ ଦୁଇ ଦୁଇଥର ଫାଇଲ୍ ବିଷୟରେ ବି•ର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଡ଼ାକରା ଆସିଥିଲା ପଞ୍ଚାୟତିରାଜ ବିଭାଗକୁ । କିନ୍ତୁ ହଠାତ୍ କ’ଣ ହେଲା ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଗଲା । ଏବେ ବୁଝିବା ବେଳକୁ ଫାଇଲ୍ଟି ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୧୨୫, ୨୦୧୪ ମସିହା ନିୟକ ସଂଶୋଧନ ହେବା ପାଇଁ ଆଳ ଦେଖାଇ ଫାଇଲ୍ଟି ପଞ୍ଚାୟତିରାଜ ବିଭାଗକୁ ଫେରିଆସିଛି । ଏପଟେ ଆମ ଦେଶ ୭୨ ବର୍ଷ ସ୍ୱାଧୀନତାପୂର୍ଣ୍ଣ ହୋଇ ୭୩ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସାଧାରଣତଃ ଟାଟା ଲୁଣ କିଲୋ ପ୍ରତି ୧୮ ଟଙ୍କାୋର ଓ ହୋଲେଟରେ ସର୍ବନିମ୍ନ ଭୋଜନର ମୂଲ୍ୟ ୮୦ ଟଙ୍କାରେ ବିକ୍ରି ହେଉଥିଲେ ମଧ୍ୟ ଓଡ଼ିଶା ରାଜ୍ୟରେ ସରକାରଙ୍କର ଶ୍ରମ ନିୟୋଜନ ବିଭାଗ ଗତ ୩୦.୧୦.୨୦୧୮ରିଖରେ ପତ୍ରସଂଖ୍ୟା ୪୩୧/୨୦୧୮ ଅନୁଯାୟୀ ଅଣ କୁଶଳୀ ଶ୍ରମିକଟିଏ ଦିନକୁ ସର୍ବନିମ୍ନ ମଜୁରୀ ୨୮୦ ଟଙ୍କାପାଇବା ଓଡ଼ିଶା ଗେଜେଟ ପତ୍ରରେ ଘୋଷଣା ହୋଇଥିଲେ ମଧ୍ୟ ଏହି ଆଇନ୍ କିପରି ଗ୍ରାମ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମ•ରୀଙ୍କ କ୍ଷେତ୍ରରେ ଲାଗୁ ହେଉନାହିଁ । ପଞ୍ଚାୟତିରାଜ ବିଭାଗର ଗ୍ରାମ ପଞ୍ଚାୟତ ନିୟମ ୧୨୫/୨୦୧୪ ମସିହା ନିୟମ ସଂଶୋଧନ ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ । ଏହି ସମସ୍ୟା ନେଇ ସମସ୍ତ ଗ୍ରାମ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମ•ରୀ ରାଜ୍ୟ ସରକାରଙ୍କ ନିକଟରେ ଅସନ୍ତୋଷ ଓ ଦୁଃଖ ପ୍ରକାଶ କରିଛନ୍ତି । କାରଣ ଖୁବ୍ ନିକଟରେ ବିଭିନ୍ନ ବର୍ଗର କର୍ମ•ରୀମାନଙ୍କ ପାଇଁ ସରକାରୀ ଅନୁଦାନ ପାଇବା ନିମନ୍ତେ ଘୋଷଣା କରାଯାଇଥିଲେ ମଧ୍ୟ ଏହି କର୍ମ•ରୀମାନେ ଏଥିରୁ ବଞ୍ôଚତ । \nଏଣୁ ଓଡ଼ିଶାର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବା ନିମନ୍ତେ ଆଜିର ଏହି ଗ୍ରାମ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମ•ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦୃଢ ଦାବି କରାଯାଇଛି । ଯଦି ଆମ୍ଭର ବିଭିନ୍ନ ଦାବିକୁ ସରକାର ନ ଶୁଣନ୍ତି, ତେବେ ଆଗାମୀ ଦିନରେ ଓଡ଼ିଶାରେ ଥିବା ୬,୭୯୮ଜଣ ଗ୍ରାମ ପଞ୍ଚାୟତର ଚତୁର୍ଥଶ୍ରେଣୀ କର୍ମ•ରୀମାନେ ଆନ୍ଦୋଳନ ପନ୍ଥା ଆପଣେଇବେ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ।