ଏବେବି କଣ ଚାଲିଛି ଭୁତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ?

ହାଟଡିହି, (ବିକାଶ ବିଶ୍ୱାଳ):ପୁର୍ବରୁ ଅନେକ ସ୍କୁଲରେ ଭୁତ ଛାତ୍ରଛାତ୍ରୀ ପଢ଼ୁଥିବା ନେଇ ଅଭିଯୋଗ ହେବାପରେ ସରକାର ବ୍ୟାପକ କଟକଣା ଜାରିକରି ନାମ ଏନରୋଲମେଣ୍ଟ ଠାରୁ ଆରମ୍ଭ କରି ମାଟ୍ରିକ ପରୀକ୍ଷା ଦେବା ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବା ସହିତ ବିଭିନ୍ନ ବିଧି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ହେଲେ ଚୋରଙ୍କ ୬୪କଳା ଭଳି ଏବେବି ଅନେକ ସ୍କୁଲରେ ଭୁତ ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ସ୍କୁଲ ପରିଚାଳନା କରୁଥିବା ଦେଖିବକୁ ମିଳିଛି । ବିଶେଷକରି ଚଳିତ ମାଟ୍ରିକ ପରୀକ୍ଷାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ଘଟଣାରୁ ଏହା ଷ୍ପଷ୍ଟ ଅନୁମେୟ ହେଉଛି । ଚଳିତ ମାଟ୍ରିକ ପରିକ୍ଷାରେ ହାଟଡିହି ବ୍ଲକରେ ମୋଟ ୧୫ଟି ପରୀକ୍ଷା କେନ୍ଦ୍ରରେ ୨୨୪୦ ମାଟ୍ରିକ ପରୀକ୍ଷାର୍ଥି ଙ୍କ ମଧ୍ୟରୁ ୨୧୦୧ଜଣ ପରୀକ୍ଷା ଦେଇଥିବାବେଳେ ୧୩୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିଲେ । ସର୍ବାଧିକ ୪୦ଜଣ ପରୀକ୍ଷାର୍ଥô ଡଅଁର ପରୀକ୍ଷାକେନ୍ଦ୍ରରୁ ଦେଇ ନଥିବା ଜଣାପଡିଥିଲା । ଏଠାରେ ପ୍ରଥମ ଦିନରେ ୨୨୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୨ଜଣ ପରୀକ୍ଷା ଦେଇ ଥିବାବେଳେ ଦ୍ୱିତୀୟଦିନରେ ୧୮୩ଜଣ ପରୀକ୍ଷା ଦେଇଥିଲେ । ଯାହାଦ୍ୱାରାକି ଦ୍ୱିତୀୟ ଦିନରେ ୩୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିଲେ । ଏ ସମ୍ପର୍କରେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡଣ୍ଟଙ୍କୁ ପଚାରିବାରେ ଷଡଙ୍ଗ ସ୍କୁଲରୁ ଜଣେ, ଗେଡମା ସ୍କୁଲରୁ ଜଣେ, ଜଳସରପୁର ସ୍କୁଲରୁ ୬ଜଣ, ବ୍ରହ୍ମଣିକଳା ସ୍କୁଲରୁ ୫ଜଣ ଓ ଟି.ଏମ. ଏକାଡେମୀ ଗାର୍ଲସ ହାଇସ୍କୁଲର ସର୍ବାଧିକ ୨୬ଜଣ ପରୀକ୍ଷାର୍ଥô ପରୀକ୍ଷ ଦେଇ ନାହାନ୍ତି । ଏ ସମ୍ପର୍କରେ ଟିଏମ ଏକାଡେମୀ ବାଳିକା ବିଦ୍ୟାଳୟ ଡଅଁରର ପ୍ରଧାନଶିକ୍ଷକଙ୍କୁ ପଚାରିବାରେ ସେ ୨୫ଜଣ ପିଲା ସମ୍ମେଟିଭ-୧ ପରୀକ୍ଷା ଦେଇ ନଥିବାବେଳେ ସମ୍ମେଟିଭ-୨ ପରୀକ୍ଷା ଦେବାକୁ ମଧ୍ୟ ଆସିଲେନି ବୋଲି କହିଥିଲେ । କିନ୍ତୁ କାହିଁକି ଆସିଲେନି ଓ ଏ ସମ୍ପର୍କରେ ଆପଣ କଣ ଚେଷ୍ଟା କରିଛନ୍ତି ପଚାରିବାରେ ସେ ଏହାକୁ ଏଡାଇ ଯାଇ ମୁଁ କଟକରେ ଅଛି ବୋଲି କହିଥିଲେ । କିନ୍ତୁ ବାସ୍ତବରେ ଏଠାରେ ସେ ଛାତ୍ରଛାତ୍ରୀମାନେ ଶିକ୍ଷାଦାନ କରୁଥିଲେ ନାଁ ସେମାନଙ୍କ ନାମରେ ଭୁତଛାତ୍ରଛାତ୍ରୀ ପଢ଼ୁଥିଲେ ତାହା ତଦନ୍ତ ସାପେକ୍ଷ । ଖାଲି ଏହିସ୍କୁଲ ନୁହଁ ଷଡଙ୍ଗ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେଉଥିବା ଚଣ୍ଡୀମାତା ହାଇସ୍କୁଲ ତାମ୍ପଳାରେ ମଧ୍ୟ ସମାନ ଅବସ୍ଥା । ଏହି ସ୍କୁଲର ୨୦ଜଣ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଉ ନାହାନ୍ତି । ତଦନ୍ତ କଲେ ଏହି ପରୀକ୍ଷାର୍ଥô ମାନେ କାହିଁକି ପରୀକ୍ଷା ଦେଲେ ନାହିଁ କିମ୍ବା ଏମାନେ ଭୁତ ଛାତ୍ରଛାତ୍ରୀ ତାହା ଜଣାପଡିବ । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରି କହିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ