ଏବେବି ପାରମ୍ପରିକ କଞ୍ଚା ଇଟା କାଠ ବାଉଁଶ ଘରେ ରହିବାକୁ ପସନ୍ଦ କରନ୍ତି ନିୟମଗିରି ଆଦିମ ଜନଜାତି ଡଙ୍ଗରିଆ
କଲ୍ୟାଣସିଂହପୁର, (ଏଙ୍କେଟେଶ୍ୱର ପାଢ଼ୀ): ସମୃଦ୍ଧ ଓଡ଼ିଶାର ନୂତନ ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କରିଛନ୍ତି | ହେଲେ, ରାୟଗଡା ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ନିକଟରେ ଏବେ ବି ବିକଶିତ ଭାରତର ବାର୍ତ୍ତା ପହଞ୍ଚି ପାରିନାହିଁ।କଚ୍ଚା ଘରକୁ ପକ୍କା କରିବାକୁ ରହିଥିବା ଆବାସ ଯୋଜନା ଏବେ ବି ସେମାନଙ୍କ ପାଇଁ ଅପହଞ୍ଚ ଏଣୁ ପାରମ୍ପରିକ କଞ୍ଚା ଇଟାରେ ନିର୍ମାଣ କରିଥିବା ଘରକୁ ସେମାନେ ଛାଡ଼ି ପାରିନାହାନ୍ତି। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର, ବିଷମ କଟକ ଓ ମୁନିଗୁଡା ବ୍ଲକରେ ଏବେ ବି ବିରଳ ଜନଜାତି ଡଙ୍ଗାରିଆ କନ୍ଧ ବସବାସ କରି ଆସୁଛନ୍ତି। ଏହି ବର୍ଗର ଲୋକେ ନିଜେ ନିଜେ କଞ୍ଚା ଇଟା ତିଆରି କରି ଘର ନିର୍ମାଣ କରାଯାଇଥିବା ଘରେ ରହୁଥିବା ଦେଖିବାକୁ ମିଳୁଛି। ଲୋକେ ପୂର୍ବେ ଛଣ ଛପର କରି କାଠରେ ଓ ବାଉଁଶରେ କାନ୍ଥ ନିର୍ମାଣ କରି ଘରେ ରହୁଥିଲେ। ହେଲେ ସମୟର ପରିବର୍ତନ ଯୋଗୁ ବର୍ତ୍ତମାନ ଆଜ୍ବେଷ୍ଟ ଓ ଟିଣ ଛପର କରୁଛନ୍ତି। ପୂର୍ବଭଳି ଛଣ ମିଳୁନଥିବାରୁ ଆଜବେଷ୍ଟସ୍ ଓ ଟିଣ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ରାୟଗଡା ଜିଲ୍ଲାର ତିନି ବ୍ଲକର ପ୍ରାୟ ଗାଁରେ ବସବାସ କରୁଥିବା ଜନଜାତିଙ୍କ ପାଇଁ ଏହି ଘର ହିଁ ଭରସା ବୋଲି କହିଛନ୍ତି।ଗ୍ରାମ ଗୁଡାକ ଦୁର୍ଗମ ପାହାଡ ଉପରେ ରହୁଥିବାରୁ ରାସ୍ତା ନଥିବା ଓ ବଡ଼ବଡ଼ ଘାଟି ଉପରେ ରହୁଥିବାରୁ ଘର କରଣା ସାମଗ୍ରୀ ନେବା ଆଣିବା ଅସୁବିଧା ଯୋଗୁଁ ପୋଡା ଇଟା ଚିପ୍ସ ନେବାରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ବାଲି ଇଟା ଲୁହାଛଡ଼ ନେବା ଆଣିବା ପାଇଁ ଅଧିକ ଖର୍ଚ୍ଚ ହେବାକୁ ପଡୁଥିବାରୁ ଘର କରିବା କଷ୍ଟକର ହୋଇ ପଡିଛି ଏମାନଙ୍କ ପାଇଁ।ଗତ କୋଡିଏ ବର୍ଷ ପୂର୍ବେ ନିୟମଗିରି ଡଙ୍ଗରିଆଙ୍କୁ ତତ୍କାଳୀନ ଜିଲ୍ଲାପାଳ ବିଷ୍ନୁପଦ ସେଠି ପ୍ରତି ଘରକୁ ମାଗଣା ଟିଣ ଯୋଗାଇ ଥିଲେ ମଧ୍ୟ ଅନେକ ରାସ୍ତା ସମସ୍ୟା ପାଇଁ ସେତେବେଳେ ବିକ୍ରି କରିଦେଇଥିଲେ। କିନ୍ତୁ ସେସମୟ ଆଉ ନାହିଁ ରାସ୍ତା ନିର୍ମାଣ ହୋଇଛି ଗାଡି ଚାଲିଲା ଘରବି ଅନେକଙ୍କୁ ମିଳିଛି ସରକାର ଜନମନ ଯୋଜନାରେ ଦୁଇ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିଲେବି ଘର କରିବା ପାଇଁ ଉକ୍ତ ଟଙ୍କା ନିୟଣ୍ଟ ପଡୁଛି ତ କାହାର ସରକାରୀ କଳରେ ବିଲ ବ୍ୟବସ୍ତା ରେ ହଇରାଣ ହୋଇ ହନ୍ତସନ୍ତ ହେବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ଡଙ୍ଗରିଆ ମାନେ। ସରକାର ଡଙ୍ଗରିଆଙ୍କ ସମସ୍ତ ସୁବିଧା କୁ ଦୂର କରିବା ସହ ସେମାନଙ୍କୁ ମୁଖ୍ୟ ଶ୍ରତକୁ ଆଣିବା ପାଇଁ ଡିକେଡିଏ ପ୍ରକଳ୍ପ ୧୯୮୬ ମସିହାରେ ଆରମ୍ଭ ହୋଇ ଚାଳିଶି ବର୍ଷ ବିତିଯାଇଥିଲେ ମଧ୍ୟ ବିକାଶର ଛାପ ବହୁ ଦୂରରେ କହିଲେ ଭୁଲ ହେବନାହିଁ। ଅନେକ ଡଙ୍ଗରିଆ ଅଛନ୍ତି ଯାହାକି ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ସେ ଆବାସ ଯୋଜନାରେ ପକ୍କା ଘରଟିଏ କରି ପାରିନାହାନ୍ତି। କଞ୍ଚା ଇଟା ମାଟିରେ ନିର୍ମାଣ ଘରେ ସ୍ତ୍ରୀ ଓ ପିଲାଛୁଆ ଚାରି ଜଣଙ୍କୁ ନେଇ ରୁହନ୍ତି। ତେବେ, ଏଭଳି ଘରେ ରହି ସେ ଖୁସି ବୋଲି କହନ୍ତି। ଶୀତ ସମୟରେ ବେଶି ଥଣ୍ଡା ଲାଗେ ନାହିଁ କି ଖରା ସମୟରେ ବେଶି ଗରମ ମଧ୍ୟ ହୁଏ ନାହିଁ । ଏହି ଇଟା ମାଟି କାଠ ବାଉଁଶ ଘର ଶୀତତାପ ନିୟନ୍ତ୍ରିତ ଭଳି କାମ କରିଥାଏ । ତା’ଛଡ଼ା, ଏହି ଘରେ ବିଭିନ୍ନ ପର୍ବ ପ୍ରର୍ବାଣିରେ ରଙ୍ଗ ଦେବା ପାଇଁ ରଙ୍ଗମାଟି କଳାମାଟି ଓ ଧଳା ପଥରକୁ ଚୂନାକରି ରଙ୍ଗ ଦେଇଥାନ୍ତି।ଘର ଭିତରେ ଆସବାବପତ୍ର ଠାରୁ ଆରମ୍ଭ କରି ଧାନ ଚାଉଳ ଆଦି ରଖିବା ପାଇଁ ବାଉଁଶରେ ତିଆରି ଡାଲା କିମ୍ବା ଗୁଲି କରି ଖାଦ୍ୟ ସାମଗ୍ରୀ ରଖି ଥାନ୍ତି।କେନ୍ଦ୍ର ସରକାର ଜନଜାତି ପାଇଁ ଗତ ବିଜେଟ ରେ ଅର୍ଥ ବ୍ୟବସ୍ତା କରି ସେମାନ ଙ୍କ ଉନ୍ନତି ପାଇଁ ଅମେକ ଯୋଜନା କରିଥିଲେ ମଧ୍ୟ ସରକାରୀ କଲର ଅବହେଳା ସରକାରୀ ବାବୁଙ୍କ ଅନିଛା ପାଇଁ ଜନଜାତି ଡଙ୍ଗରିଆ ବିକାଶର ଦ୍ୱାରରେ ପହଁଚି ପାରିନି। ବ୍ଲକ ପ୍ରଶାସନ ଓ ସ୍ୱତନ୍ତ୍ର ଅଧିକାରୀଙ୍କ ଆଧୁଆଳ ରେ ରହିଯାଇଛନ୍ତି ଡଙ୍ଗାରିଆ ମାନେ। ସେମବଙ୍କ ଜବକାର୍ଡର ଅଫଗ୍ରେଡ଼ ହୋଇନଥିବାରୁ କାର୍ଯ୍ୟ କରିଥିବା ବିଭିନ୍ନ ଯୋଜନା ର ଅର୍ଥ ପାଇବାରୁ ବଞ୍ଚିତ ହୋଇଥିନା ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ନିରାଶ ହୋଇ ପଡିଛନ୍ତି ଡଙ୍ଗରିଆ ମାନେ।