ଏବେ ଚାଷର ବେଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଅକ୍ଷୀ ତୃତୀୟାରେ ବିଧି ଅନୁସାରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଅକ୍ଷି ମୁଠି ଅନୂକୁଳ କରିଥିଲେ ମଧ୍ୟ ରଜ ସଂକ୍ରାନ୍ତି ଅତିବାହିତ ହୋଇ ରଥଯାତ୍ରା ପର୍ଯ୍ୟନ୍ତ ବର୍ଷା ନହେବାରୁ ଧାନ ତଳି ପକାଇ ପାରିନଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳଗୁଳି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଚାଷୀ ମାନେ ବର୍ଷା ଅଭାବରୁ ତଳି ପକାଇ ପାରିନଥିଲେ । ବର୍ଷା ନହେଲେ କାଳେ ଗଜା ମରୁଡି ହେବାର ଆଶଙ୍କା କରି ତଳି ନପକାଇ ବର୍ଷାକୁ ଅପେକ୍ଷା କରିଥିଲେ । ଗତ ୩ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆବଶ୍ୟକ ପରିମାଣରେ ବର୍ଷା ହେବା ଫଳରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଚାଷ ଜମିରେ ପାଣି ଜମିନଥିଲେ ମଧ୍ୟ ଜମି ବତର ସହିତ କାଦୁଆ ପାଗ ରହିଥିବା ଯୋଗୁଁ ଚାଷୀ କୂଳ ତଳି ଘରା ନିମନ୍ତେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ପାଗକୁ ଦେଖି ଚାଷ କାମକୁ ଆଗେଇ ନେବେ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀମାନେ କହିଛନ୍ତି । ପ୍ରକାଶ ଥାଉକି, ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଲକ୍ ରେ ୯ ହଜାର ୭ ଶହ ହେକ୍ଟର ଚାଷଜମିରେ ଧାନ ଚାଷ କରିବାକୁ ସ୍ଥାନୀୟ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ