ଏବେ ବି କଂଗ୍ରେସର ଏମର୍ଜେନ୍ସି ମାଇଣ୍ଡସେଟ୍ ରହିଛି: ଶାହା

ନୂଆଦିଲ୍ଲୀ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ନିଶାନା କରି ବର୍ଷିଛନ୍ତି। ୧୯୭୫ ମସିହାର ଠିକ ଆଜିର ଦିନରେ ସାରା ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଯାହା ଥିଲା ସାରା ଦେଶ ପାଇଁ ଏକ କଳଙ୍କିତ ଅଧ୍ୟାୟ। ସମସ୍ତଙ୍କର ସ୍ବାଧୀନତାକୁ କାଢ଼ି ନିଆଯାଇଥିଲା। ଦେଶରେ ରାଜନେତାମାନଙ୍କୁ ଜେଲ ଭିତରେ ପୂରାଇ ଦିଆଯାଇଥିଲା। ସାରା ଦେଶକୁ ଜେଲରେ ପରିଣତ କରାଯାଇଥିଲା ବୋଲି ଶାହା କହିଛନ୍ତି। ଆଜି ଏହି ଜାତୀୟ ଜରୁରୀକାଳୀନ ଦିବସ ଘୋଷଣାକୁ ୪୫ ବର୍ଷ ପୂରଣ ହୋଇଥିଲା ବେଳେ ଶାହ କଂଗ୍ରେସ ଓ ଗାନ୍ଧି-ନେହରୁ ପରିବାରକୁ ସିଧା ନିଶାନା କରିଛନ୍ତି। ଏବେ ବି କଂଗ୍ରେସରେ ଏମର୍ଜେନ୍ସି ମାଇଣ୍ଡସେଟ୍ ରହିଛି ବୋଲି ଶାହା ଅଭିଯୋଗ କରିଛନ୍ତି। କଂଗ୍ରେସରେ ଥିବା ଅନେକ ନେତା ବର୍ଷ ବର୍ଷ ଧରି ଅଣନିଶ୍ବାସୀ ହୋଇ ରହିଛନ୍ତି। କଂଗ୍ରେସର କାର୍ଯ୍ୟକାରିଣୀରେ ମଧ୍ୟ ପାଟି ଖୋଲିବାକୁ ସାହସ କରୁ ନାହାନ୍ତି। ଯଦି କେହି ପାଟି ଖୋଲିଲା ତାହେଲେ କାର୍ଯାନୁଷ୍ଠାନ ହେଉଛି। ଦୀର୍ଘ ବର୍ଷ ହେଲା କଂଗ୍ରେସର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ଝା ନିକଟରେ ଦଳର ପରିଚାଳନା ନେଇ ପ୍ରଶ୍ନ କରିବାକୁ ତାଙ୍କୁ ପଦ ହରାଇବାକୁ ପଡ଼ିଛି। ତେଣୁ କଂଗ୍ରେସ କେବେ ହେଲେ ପରିବାରବାଦରୁ ମୁକୁଳି ପାରିବ ନାହିଁ। ସେହିପରି ଏହି ଦଳ ସବୁ ବେଳେ ପରିବାରବାଦରେ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରଖିବାକୁ କାରଣରୁ କ୍ରମେ ଲୋକମାନଙ୍କ ଠାରୁ ଦୂରେଇ ଯାଉଛି ବୋଲି ଶାହା ସମାଲୋଚନା ପ୍ରସଙ୍ଗରେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ