ଏବେ ବି ଫସଲ ଜଗୁଛି ପାଳଭୁତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଏକ ଚାଷ ବହୁଳ ଅଞ୍ଚଳ। ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ଅଧିକାଂଶ ଲୋକ ଚାଷ କରି ନିଜର ଓ ପରିବାର ର ଗୁଜୁରାଣ ମେଣ୍ଟାଇଥାନ୍ତି। ବିଭିନ୍ନ ସ୍ଥାନରେ ଚାଷୀ ମାନେ ନିଜ ବିଲରେ ଗୋଟିଏ ପାଳଭୁତ ତିଆରି କରି ପୋତିଥିବା ଦେଖିବାକୁ ମିଳିଥାଏ।ସୁଧ ବାରିମୂଳ ଗ୍ରାମ ର ଚାଷୀ ଫଗୁ ବେହେରା ଓ ପାଣିଛତ୍ର ର ଚାଷୀ କଲ୍ୟାଣ ପାତ୍ର କୁହନ୍ତି ପାଳଭୁତ ହେଉଛି ଚାଷୀ ର ବନ୍ଧୁ। ଚାଷୀ ମାନେ ନଡ଼ା ରେ ମଣିଷ ପରି ମୂର୍ତ୍ତୀ ଟିଏ ତିଆରି କରି ତାକୁ ମଣିଷ ର ପୋଷାକ ପିନ୍ଧାଇ ଦେଇ, ମୂର୍ତ୍ତି ର ଅଗ୍ର ଭାଗ ରେ ହାଣ୍ଡି ଟିଏ ଲଗାଇ ଦେଇଥାନ୍ତି। ଏହି ହାଣ୍ଡି ରେ ମଣିଷ ମୁଣ୍ଡ ର ଚିତ୍ର ହୋଇଥାଏ।ପାଳଭୁତ ଦେଖିବାକୁ ଅବିକଳ ମଣିଷ ପରି। ଚାଷୀ ମାନେ ପାଳ ଭୁତ ତିଆରି କରି ନିଜ ବିଲ ରେ ପୋତିବା ପରେ ବନ୍ୟ ଜନ୍ତୁ, ଗୃହ ପାଳିତ ପଶୁ,ବିଭିନ୍ନ ପ୍ରକାରର ଚଢ଼େଇ ଭୟ ରେ ଚାଷ ଜମି ରେ ପ୍ରବେଶ କରିନଥାନ୍ତି।ସେମାନଙ୍କୁ ଲାଗେ ଚାଷୀ ନିଜ ଫସଲ ଜଗିବାକୁ ଛିଡ଼ା ହୋଇଛି।ଫଳରେ ଚାଷ ସବୁ ର କ୍ଷତି ଘଟି ନ ଥାଏ।ଏଣୁ କୁହାଯାଏ ଯେ,ପାଳଭୁତ ଫସଲ କୁ ଜଗିଛି। ସମୟ ବଦଳିଛି। ଚାଷୀ ଙ୍କ ଚାଷ କରିବା ପ୍ରଣାଳୀ ବି ବଦଳିଛି। କିନ୍ତୁ କାହିଁ କେଉଁ କାଳରୁ ଚାଲି ଆସିଥିବା ପ୍ରଥାଫସଲ କିଆରୀ ରେ ପାଳ ଭୁତ ତିଆରି କରି ପୋତିବା ଚାଷୀ ମାନେ ଛାଡ଼ି ପାରି ନାହାଁନ୍ତି। ଏବେ ବି ପୁରୀ ଜିଲ୍ଲା ର ବିଭିନ୍ନ ଗ୍ରାମ ରେ ପାଳଭୁତ ଫସଲ ଜଗୁଥିବା ଦେଖା ଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ