ଏବେ ଯିବନି ବାଘୁଣୀ ସୁନ୍ଦରୀ

ଭୁବନେଶ୍ୱର: ଏବେ ସାତକୋଶିଆରୁ ବାଘୁଣୀ ସୁନ୍ଦରୀ କାହ୍ନା ଅଭୟାରଣ୍ୟ ଯିବ ନାହିଁ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି । ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।
ପୂର୍ବରୁ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବାନେଇ ଏନଟିସିଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଥିଲା । ରାଜ୍ୟ ସୀମା ଡିଆଁଇ ଯେତେବେଳେ ୨ଟି ବାଘକୁ ଓଡିଶାକୁ ଅଣାଯାଇଥିଲା, ସେତେବେଳେ ସାରା ଦେଶର ନଜର ଥିଲା ରାଜ୍ୟ ବନବିଭାଗର କାର୍ୟ୍ୟଦକ୍ଷତା ଉପରେ । କାରଣ ଏହି ପ୍ରକଳ୍ପର ଭବିଷ୍ୟତ ଉପରେ ନିର୍ଭର କରୁଥିଲା ଅନେକ କିଛି । ହେଲେ ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଛି ଏନଟିସିଏ । ଏଥିସହ ଯେଉଁ ଟିପ୍ପଣୀ ରଖିଛି ତାର ମହତ୍ୱ ବେଶ ଅଧିକ ।
ରାଜ୍ୟ ସରକାରଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଥିଲା, ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇନିଆଯିବ । ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନେବା ପାଇଁ କଡା ଚିଠି ଲେଖି ଜଣାଥିଲା ଏନଟିସିଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ