ଏଭ୍ରି ଓମ୍ୟାନକୁ ପ୍ରେରଣା ଦେଇଥିବା ସ୍ୱରଗୁଡିକୁ ଏକ ଶ୍ରଦ୍ଧାଞ୍ଜଳୀ ସହିତ ଆଇଡବ୍ଲୁଡି୨୦୨୦ ଉତ୍ସବ ପାଳିଚି ଟ୍ୱିଟର
ନୂଆଦିଲ୍ଲୀ : ଶକ୍ତିଶାଳୀ ସାର୍ବଜନୀନ କଥାବାର୍ତାର ଏପି ସେଂଟରରେ ଟ୍ୱିଟର ରହି ଆସିଛି ଏବଂ ମହିଳା ଆନ୍ଦୋଳନ ଏହାର ଏକ ଅଂଶ ହୋଇଯାଇଛି । ଉଦାହରଣ ସ୍ୱରୁପ, ଭାରତରେ ମହିଳା ଦିବସ ଏବଂ ମହିଳା ସଶକ୍ତି କରଣ ସମ୍ବନ୍ଧିତ କଥାବାର୍ତାରେ ୨୦୨୦ର କିଛି ପ୍ରାରମ୍ଭିକ ମାସରେ ୨୦୧୯ର (ଜାନୁଆରୀ ୧-ଫେବୃୟାରୀ ୨୫) ସମାନ ମାସ ତୁଳନାରେ ୮୭% ବୃଦ୍ଧି ହୋଇଥିଲା । ବିଶ୍ୱ ସ୍ତରରେ ବିଗତ ୩ ବର୍ଷରେ ନାରୀବାଦ ଏବଂ ସମାନତା ବିଷୟରେ ୧୨୫ମିଲିୟନ ଟ୍ୱିଟ ହୋଇଛି । କଥାବାର୍ତା ଗୁଡିକ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ସହ ଘନିଷ୍ଠ ଭାବେ ଜଡିତ କାରଣ ବିଗତ ୩ ବର୍ଷ ହେଲା ମାର୍ଚ୍ଚ ୮ ଏବଂ ଏହାର ଆଖପାଖ ଦିନର ଟ୍ୱିଟ ପରିମାଣରେ ଏକ ସ୍ପାଇକ ଟ୍ୱିଟର ଦେଖିଆସୁଛି । ଏହି ବର୍ଷ ଦିବସଟିକୁ ପାଳନ କରିବା ପାଇଁ ଟ୍ୱିଟର ଏକ ବିଶେଷ ଇମୋଜି ଲଂଚ କରିଛି ଯାହା ଏଭ୍ରି ଓମ୍ୟାନ ଏବଂ ପ୍ରତ୍ୟେକ ମହିଳା ହେସଟେଗ ସହିତ ସକ୍ରିୟ ହେବ । ଟ୍ୱିଟରରେ ମାୟା ହରି ଉପାଦ୍ଦକ୍ଷ, ଏସିଆ ପେସିଫିକ କହିଲେ, “ଟ୍ୱିଟରରେ ଆମର ପ୍ଲାଟଫର୍ମରେ ଆନନ୍ଦ ଦାୟକ ଦୈନନ୍ଦୀନ କଥାବାର୍ତାରେ ନିୟୋଜିତ ଥିବା ମହିଳା ମାନଙ୍କଠାରୁ ଦୃଷ୍ଟି ଆକର୍ଷଣ କରୁଥିବା ମାମଲା ବିଷୟରେ ଚଚେତନତା ସୃଷ୍ଟି କରୁଥିବା ଶକ୍ତିଶାଳୀ ମହିଳା ମାନଙ୍କର ଅବିଶ୍ୱାସନୀୟ ଏବଂ ବିବିଧ ସ୍ୱର ଆମେ ଦେଖୁଛୁ । ଏଭ୍ରି ଓମ୍ୟାନ ମାଧ୍ୟମରେ ପ୍ରତ୍ୟେକ ଛାୟା ଏବଂ ପ୍ରତ୍ୟେକ ପ୍ରକାରର ଭାରତୀୟ ମହିଳାଙ୍କୁ ଆମେ ହାଇଲାଇଟ କରିବାକୁ ଚାହୁଁଛୁ ଏବଂ କାର୍ଯ୍ୟସ୍ଥଳୀ ଓ ତାର ଉଦ୍ଦ୍ୱର୍ରେ ଆମକୁ ଯେଉଁ ଭଳି ଜଣାଯାଏ, ତାହାର ପରିବର୍ତନକାରିଙ୍କୁ ସମ୍ମାନୀତ କରିବାକୁ ଆମେ ଚାହୁଁଛୁ ।” ରେକର୍ଡ ବ୍ରେକର ଦୁତୀ ଚାନ୍ଦ, ୧୦୦ମିଟରକୁ ୧୧:୨୪ରେ ରେକର୍ଡ କରିଥିବା ଭାରତର ଦ୍ରୁତତମ ମହିଳା ଉଭୟ ଟ୍ରେକ ଉପରେ ଏବଂ ବାହାରେ ରେକର୍ଡ ବ୍ରେକର ଅଟନ୍ତି । ପ୍ରଥମ ଭାରତୀୟ ସ୍ପୋର୍ଟସ ପର୍ସନ ଭାବେ ଏଲଜିଡିଟିକ୍ୱୁ+ ଗୋଷ୍ଠୀର ଅଂଶ ବୋଲି କୁହାଯିବାପରେ ସେ ଏହି ଅଜଣା ବିଷୟରେ ଡରି ନଯାଇ ସ୍ପୋର୍ଟସରେ ଲିଙ୍ଗଗତ ପକ୍ଷପାତକୁ ନିଜର ଟ୍ୱିଟର ହେଣ୍ଡଲ ବ୍ୟବହାର କରି ସମ୍ବୋଧନ କରିଛନ୍ତି । ଗତବର୍ଷ ତାଙ୍କର ବିଶ୍ୱକୁ କହିଥିବା ସର୍ବାଧିକ ରିଟ୍ୱିଟ ହୋଇଥିବା ଟ୍ୱିଟ ଥିଲା ‘ମତେ ତଳକୁଟାଣ, ମୁଁ ଅଧିକ ମଜଭୁତ ହୋଇ ଫେରି ଆସିବି’ ଯେତାବେଳେ ସେ ତାଙ୍କର ଗ୍ରୀଷ୍ମ କାଳୀନ ଅଲମ୍ପିକ୍ସ ଟ୍ରଫି ହାତେଇଥିଲେ । “ଭାରତ ଏବଂ ସାରା ଦୁନିଆରେ ଥିବା ମୋର ଶୁଭେଛୁ ମାନେ ବର୍ଷବର୍ଷ ଧରି ବିନାଦ୍ୱିଧାରେ ମୁଁ ଯାହା ତାହା ହେବା ପାଇଁ ମତେ ପ୍ରେରଣା ଏବଂ ବଳ ଦେଇଛନ୍ତି । ମୋର ପ୍ରଶଂସକ ଏବଂ ବନ୍ଧୁମାନଙ୍କ ସହିତ ଯୋଡି ହେବା ଏବଂ ମୁଁ କେତେ କଠିନ କାମ କରୁଛି ତାହା ସେମାନଙ୍କୁ ଜଣାଇବା ପାଇଁ ମୁଁ ସକ୍ଷମ ହେବା ଯୋଗୁଁ ମତେ ଖୁସି ଲାଗୁଛି ।”
ଟ୍ୱିଟର ବିଷୟରେ ବିଶ୍ୱରେ କଣ ଚଲିଛି ଏବଂ ଏହି ମୁହୁର୍ତରେ ଲୋକମାନେ କଣ କଥାହେଉଛନ୍ତି ତାହା ଟ୍ୱିଟର, ଆଇଏନସି. (ଏନୱାଇଏସଇ: ଟିଡବ୍ଲୁଟିଆର) ଅଟେ । ଟ୍ୱିଟରରେ ଜୀବନକୁ ଲାଇଭ ଆସେ ଯେତାବେଳେ କଥାବାର୍ତା ଖୋଲିଯାଏ କାହାଣୀର ସମସ୍ତ ପାଶ୍ୱର୍ ଆପଣଙ୍କୁ ଦେଖାଇଥାଏ । ବ୍ରେକିଙ୍ଗ ନିୟୁଜ ଏବଂ ମନୋରଂଜନରୁ ସ୍ପୋର୍ଟସ, ରାଜନୀତି ଏବଂ ଦୈନନ୍ଦୀନ ରୁଚି, ପୃଥିବୀରେ ଯେତେବେଳେ କିଛିହୁଏ ତାହା ଟ୍ୱିଟରରେ ପ୍ରଥମେ ହୋଇଥାଏ । ସାରା ବିଶ୍ୱରେ ଟ୍ୱିଟର ଏବଂ ଟ୍ୱିଟର ଲାଇଭ ୪୦ରୁ ଅଧିକ ଭାଷାରେ ଉପଲବ୍ଧ ।