ଏମଏମ ସ୍ପୋର୍ଟସ୍ ଆନୁକୁଲ୍ୟରେ ପାରଳାରେ ମଡେଲ ପ୍ରତିଯୋଗୀତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ କରଣ ସାହି ହନୁମାନ ମନ୍ଦିର ପାଶ୍ୱର୍ରେ ଏକ ମୁକ୍ତ ମଞ୍ଚରେ ଏମଏମ ସ୍ପୋର୍ଟସ୍ ଦ୍ୱାରା ପ୍ରଯୋଜିତ ମଡେଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଭଳି ପ୍ରତିଯୋଗୀତା ପାରଳାରେ ପ୍ରଥମ ଥର ପାଇଁ ଉତ୍କଳୀୟ ଓ ଭାରତୀୟ ସଂସ୍କୃତିକୁ ଆଧାର କରି ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ଝିଅ ଓ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ପ୍ରଥମ ସୁଶ୍ରୀ ପ୍ରିୟଙ୍କା ସାହୁଙ୍କୁ ଗଜପତି କୁଇନ୍ ମୁକୁଟ ପ୍ରଦାନ କରାଯାଇଥିଲା । ସେହିପରି ୫ରୁ ୧୩ ବୟସ ସ୍ତରର ପ୍ରତିଯୋଗୀତାରେ ତାପସୀ କର ପ୍ରଥମ,ତନିଶା ବ୍ୟବର୍ତ୍ତା ୨ୟ,ସନ୍ତୋଷିନୀ ପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ । ମିସ୍ ଗଜପତି ସ୍ତରରେ କ୍ରିଷ୍ଣା ବହିଦାର ପ୍ରଥମ,ରୋଜୀ ପାତ୍ର ୨ୟ,ରାଜେଶ୍ୱରୀ ପାତ୍ର ୩ୟ ଏବଂ ମିସେସ୍ ଗଜପତି ପ୍ରତିଯୋଗୀତାରେ କଲ୍ୟାଣୀ ପଣ୍ଡା ପ୍ରଥମ,ରଚିତା ମହାନ୍ତି ୨ୟ,ଝରଣା ରାଣୀ ପଟ୍ଟନାୟକ ୩ୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ ପ୍ରତିଯୋଗୀତାରେ ୭୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଗବତ ପାଢୀ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ବିଚିତ୍ରାନନ୍ଦ ବ୍ୟବର୍ତ୍ତା,ଶୁଭେନ୍ଦୁ ମୋହନ ସେନାପତି ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମମତା ଆପଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ