ଏମକେସିଜିରେ ପ୍ଲାଜମା ଥେରାପି ୟୁନିଟ ପ୍ରତିଷ୍ଠା ହେଉ
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : କରେ।ନା ଚିକିତ୍ସା ପାଇଁ ରାଜ୍ୟର ୪ଟି ଡ଼ାକ୍ତରଖାନାରେ ପ୍ଲାଜମା ଥେରାପି ୟୁନିଟ ସ୍ଥାପନ ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଟକୁ ବ୍ରହ୍ମପୁର ଏମକେସିଜିରେ ମଧ୍ୟ ସ୍ଥାପନ ନିମନ୍ତେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ବରିଷ୍ଠ ଉପଦେଷ୍ଟା ତଥା ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଅ।ବାହକ ରବି ରଥ ଅନୁରେ।ଧ କରିଛନ୍ତି । ସୂଚନାଯେ।ଗ୍ୟ ଯେ ଇତିମଧ୍ୟରେ ରାଜ୍ୟ ସରକାର ଭୁବନେଶ୍ୱରର ସମ୍, କିମସ୍ ହସ୍ପିଟାଲ, କଟକର ଏସସିବି ଓ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା ସେବା ଯେ।ଗାଇ ଦେବା ପାଇଁ ୟୁନିଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରେ।ନା ଅଧ୍ୟୁଷିତ ଗଞ୍ଜାମ ଜିଲାର ଅବସ୍ଥା ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରଥମ ପଯର୍ୟାୟରେ ଏହି ଚିକିତ୍ସା ସେବା ଅ।ରମ୍ଭ ନିମନ୍ତେ ନିଷ୍ପତ୍ତି ନିଅ।ଯାଇନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି । ପ୍ଲାଜମା ଥେରାପି ଚିକିତ୍ସା ସେବା ଅ।ରମ୍ଭ କରିବାକୁ ଇତିମଧ୍ୟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରିଛନ୍ତି । ଏହି ପଦ୍ଧତିରେ ଚିକିତ୍ସା ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ପ୍ରସ୍ତୁତ କରାଯାଇଛି । ଅପରପକ୍ଷରେ ନିର୍ଦ୍ଦିଷ୍ଟ ଭାବେ କେଉଁ ବର୍ଗର ରେ।ଗୀମାନେ ଏହି ଥେରାପିରେ ଉପକୃତ ହେ।ଇପାରିବେ ଏହି କମିଟି ସରକାରଙ୍କୁ ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ । ତେବେ ଗଞ୍ଜାମ ଜିଲାରେ କରେ।ନା ନିଜର କାୟା ବିସ୍ତାର କରି ବର୍ତ୍ତମାନ ଅ।କ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର ହେ।ଇସାରିଛି । କରେ।ନା ତାର ସାଂଘାତିକ ରୂପ ଦେଖାଇବାରେ ଲାଗିଛି । ଗଞ୍ଜାମ ଜିଲାର ସମସ୍ତ ବ୍ଲକ ଏନଏସି ସମେତ ବ୍ରହ୍ମପୁର ମହାନଗର ଅଞ୍ଚଳରେ କରେ।ନା ରେ।ଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲାରେ ରାଜ୍ୟର ସର୍ବାଧିକ ଅ।କ୍ରାନ୍ତ ରହିଥିବାରୁ ଏହାକୁ ଅ।ଖି ଅ।ଗରେ ରଖି ସରକାର ପ୍ରଥମ ପଯର୍ୟାୟରେ ସ୍ଥାନୀୟ ଏମକେସିଜି ମେଡିକାଲ କଲେଜରେ ପ୍ଲାଜମା ଥେରାପି ଚିକିତ୍ସା ସେବା ଅ।ରମ୍ଭ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରେ।ଧ କରିଛନ୍ତି ।


