ଏମକେସି ହାଇସ୍କୁଲରେ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଐତିହ୍ୟ ସମ୍ପର୍ଣ୍ଣ ଏମକେସି ହାଇସ୍କୁଲର ଫୁଟବଲ ଖେଳର ଗୌରବମୟ କୀର୍ତ୍ତିରାଜିକୁ ଫେରାଇ ଆଣିବା ପ୍ରୟାସ ଜାରି ରଖି ବହୁ ବର୍ଷର ବ୍ୟବଧାନ ପରେ ପୁରାତନ ଛାତ୍ର ସଂସଦ ସୌଜନ୍ୟରେ ବିଦ୍ୟାଳୟର ଆଠ ଗୋଟି ଟିମକୁ ନେଇ ଜୁନିଅର ଓ ସିନିଅର ଗ୍ରୁପ ମଧ୍ୟରେ ଫୁଟବଲ ପ୍ରତିଯୋଗିତା ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ହୋଇ ଯାଇଛି. ଜୁନିଅର ଗ୍ରୁପରେ ଉଭୟ ସପ୍ତମ ଶ୍ରେଣୀର ୟେଲୋ, ଗ୍ରୀନ ଟିମ୍ ଓ ସିନିଅର ଗ୍ରୁପରେ ନବମ ଶ୍ରେଣୀର ଓ ଦଶମ ଶ୍ରେଣୀର ଗ୍ରୀନ ଟିମ୍ ସଂଘର୍ଷ ପୂର୍ଣ୍ଣ ଖେଳରେ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ. ଜୁନିଅର ବର୍ଗର ଫାଇନାଲ ଖେଳରେ ସପ୍ତମ ଶ୍ରେଣୀ ୟଲ ଟିମ ଚମ୍ପିୟାନ, ସପ୍ତମ ଶ୍ରେଣୀ ଗ୍ରୀନ ଟିମ ରନର ଅପ ଓ ସିନିୟର ବର୍ଗରେ ଦଶମ ଶ୍ରେଣୀ ଗ୍ରୀନ ଟିମ ଚମ୍ପିୟାନ, ନବମ ଶ୍ରେଣୀ, ଟିମ ରନରଅପ ଭାବେ ଟାଇଟଲ ହାସଲ କରିଥିବା ବେଳେ ଜୁନିଅର ବର୍ଗ ଓ ସିନିୟର ବର୍ଗର ବିଜେତା ଟିମର ଖେଳାଳୀ ଯଥାକ୍ରମେ ରାଜମଲ ହେମ୍ବ୍ରମ ଓ ମନୋଜ ହାଁସଦା ଚୟନ କମିଟି ଦ୍ବାରା ସର୍ବ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇ ସଂସଦ ପକ୍ଷରୁ ସମ୍ମାନୀତ ହୋଇ ଥିଲେ. ସଂସଦର ସଭାପତି ପୂର୍ଣେନ୍ଦୂ ଦାସ ଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ବିଶେଷ ଅତିଥି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ଜୁନିଅର ଓ ସିନିୟର ବର୍ଗର ଚମ୍ପିୟାନ ଓ ରନର ଅପ ଟିମଙ୍କୁ ଯଥାକ୍ରମେ ଅମଲେନ୍ଦୁ ଦାସ ମେମୋରିଆଲ ଓ ବିନୟ ବାନାର୍ଜୀ ମେମୋରିଆଲ ଟ୍ରଫି ପ୍ରଦାନ କରିବା ସହ ସେମାନଙ୍କର କ୍ରୀଡା ପ୍ରତିଭାକୁ ପ୍ରଶଂସା କରିଥିଲେ. ଦୁଇ ଦିନ ଧରି ଖେଳର ସୁପରିଚାଳନା ପାଇଁ ରେଫରୀ ମାଣିକ ରଣା, କୈଳାସ ଚନ୍ଦ୍ର ବେହେରା, ବ୍ରଜବନ୍ଧୁ କୁବୁମାଳିଆ, ମହେନ୍ଦ୍ର ହେମ୍ବ୍ରମ ଓ ବିଦ୍ୟାଳୟର କ୍ରୀଡା ଶିକ୍ଷକ ତଥା କୋଚ ସୋନାଲି ପରିଡାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା. ପୁରସ୍କାର ବିତରଣ ସମାରୋହ ରେ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନ ର ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସେକ୍ରେଟାରୀ ଅମର ସେଠୀ, ପୁରାତନ ଛାତ୍ର ଭାବେ ବୟୋଜ୍ୟେଷ୍ଠ ଫୁଟବଲ ଖେଳାଳୀ ଅମୂଲ୍ୟ ମିଶ୍ର, ସେଙ୍ଗେଲ ସିଂ ସରେନ, ଯଦୁନାଥ ମାଝୀ, ନନ୍ଦଲାଲ ମହାପାତ୍ର ଓ ଅଶ୍ୱିନୀ ଦାଶ, ଓ ଫୁଟବଲ ପ୍ରେମୀ ବରିଷ୍ଠ ପୁରାତନ ଛାତ୍ର ହରିଶ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କିଶୋର ପ୍ରତିଭା ସମ୍ପନ୍ନ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ. ବହୁ ବର୍ଷର ଅନ୍ତ ପରେ ବିଦ୍ୟାଳୟରେ ପୁଣି ଫୁଟବଲ ପ୍ରତିଯୋଗିତା ଭବ୍ୟ ଆୟୋଜନ କରିବା ପାଇଁ ପରିକଳ୍ପନା ଓ ନେତୃତ୍ୱ ନେଇଥିବା ପୁରାତନ ଛାତ୍ର ଓ ଫୁଟବଲ ଖେଳାଳୀ ପ୍ରଦୀପ କିଶୋର ମହାନ୍ତି ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ. ଏହି ପ୍ରତିଯୋଗୀତାର ଆୟୋଜନ ପାଇଁ ପ୍ରାକ ପ୍ରସ୍ତୁତିରୁ ଆରମ୍ଭ କରି ଅନ୍ତିମ ଦିବସ ପର୍ଯ୍ୟନ୍ତ ସଂସଦର ଉପଦେଷ୍ଟା ମାନସ ଷଡ଼ଙ୍ଗୀ ଓ ବରିଷ୍ଠ ପୁରାତନ ଛାତ୍ର ସଦସ୍ୟ ଭାବେ ଅନନ୍ତ ଦାଶ, ବିନୋଦ ସାହୁ, ନନ୍ଦଳାଲ ମିଶ୍ର, ସୁକୁମାର ଆଢ୍ୟ, ଅନ୍ତର୍ଯ୍ୟାମୀ ସାହୁ, ସମରେନ୍ଦ୍ର ଘୋଷ, ଅରୁଣ ପାତ୍ର, ଅଶ୍ୱିନୀ ବ୍ରହ୍ମା, ଶାନ୍ତନୁ ପାଢ଼ୀ, ମାନସ ରଞ୍ଜନ ଦାଶ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ସାମିଲଥିଲେ. ସହ ସଂପାଦକ ରବୀନ୍ଦ୍ର ସାହୁ ଓ ପୁରାତନ ଛାତ୍ର ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ଚିନ୍ମୟ ଦାସ ପଟ୍ଟନାୟକଙ୍କ ଲାଇଭ ଧାରା ବିବରଣୀ ଦର୍ଶକଙ୍କ ମନ ଛୁଇଁଥିଲା ଶେଷରେ ସଂସଦର ଉପସଭାପତି ଡ. ଅକ୍ଷୟ କୁମାର ଅଗ୍ରୱାଲ ସମସ୍ତଙ୍କ ସହୋଯଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ