ଏମପିସି ମହାବିଦ୍ୟାଳୟର +୩ ପରୀକ୍ଷାରେ ସମାଜ ବିଜ୍ଞାନରେ ଈପସିତା ପଟନାୟକ ଟପର
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ମହାରାଜା ପୂର୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର +୩ ଅନ୍ତିମ ଡିଗ୍ରୀ୨୦୨୧ ପରୀକ୍ଷା ଫଳ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା ଏବଂ ପରୀକ୍ଷା ନିୟନ୍ତକ ଡଃ କୈଳାଶ ଚନ୍ଦ୍ର ମିଶ୍ରଙ୍କ ଅନୁମୋଦନକ୍ରମେ ପ୍ରକାଶ ପାଇଛି ।ଚଳିତ ବର୍ଷ ପରୀକ୍ଷାରେ ୨୪ଟି ସମ୍ମାନ ବିଷୟରୁ ୨୩ଟିବିଷୟରେ ଶ୍ରେଷ୍ଠ ଟପର ହୋଇଥିବା ୨୨୫ ଜଣଙ୍କ ମଧ୍ୟରୁ ୧୬ ଜଣ ଛାତ୍ରୀ ,୯ଜଣ ଛାତ୍ର ଅଛନ୍ତି ।ସମାଜ ବିଜ୍ଞାନରେ ଇପସିତା ପଟନାୟକ ଶ୍ରେଷ୍ଠ ବିଦ୍ୟାର୍ଥୀ ହୋଇଛନ୍ତି ।ଭବିଷ୍ୟତରେ ସେଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ।ତାଙ୍କର ଘର ରାଇରଙ୍ଗପୁର ଅଂଚଳର ଈଚିଣ୍ଡା ଗ୍ରାମ । ତାଙ୍କର ପରୀକ୍ଷା ଫଳ ଶୁଣି ତାଙ୍କର ପରିବାର,ଆତ୍ମୀୟ ସଜନ ଓ ସାଙ୍ଗସାଥୀ ସମସ୍ତେ ଶୁଭେଛା ଜଣାଇଛନ୍ତି ।


