ଏମପିସି ସ୍ୱୟଂଶାସିତ କଲେଜ ଦର୍ଶନ ବିଭାଗର ଆଲୋଚନାଚକ୍ର

ବାରିପଦା,(ମୁରାରୀ ମୋହନ ମହାପାତ୍ର):ବିଶ୍ଵ ଦର୍ଶନ ଦିବସ ଅବସରରେ ସ୍ଥାନୀୟ ଏମପିସି ସ୍ୱୟଂଶାସିତ କଲେଜର ଦର୍ଶନ ବିଭାଗ ତରଫରୁ ବିଶ୍ଳେଷଣାତ୍ମକ ଦର୍ଶନର ରୂପଚିତ୍ର ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି. କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ଜୀବନରେ ଦର୍ଶନର ଗୁରୁତ୍ଵ ସମ୍ପର୍କରେ ମତବ୍ୟକ୍ତ କରିଥିଲେ. ବିଷୟ ବିଶେଷଜ୍ଞ ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ଅଶୋକ କୁମାର ତରାଇ ଯୋଗ ଦେଇ ଦର୍ଶନ ଶାସ୍ତ୍ରର ଇତିହାସ ଓ ମନୁଷ୍ୟ ସମାଜ ଉପରେ ତାର ପ୍ରଭାବ ଏବଂ ପ୍ରଯୁଜ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ଦର୍ଶନ ବିଭାଗର ମୁଖ୍ୟ ଡ. ଦୀପକ କୁମାର ବେହେରା ସ୍ଵାଗତ ଭାଷଣ ରଖିବା ସହ ମଞ୍ଚାସୀନ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ. ପୁର୍ବତନ ଅଧ୍ୟକ୍ଷ ଡ. କୃତିବାସ ସାହୁ, ଅଧ୍ୟାପକ ଡ. ନରେନ୍ଦ୍ର ପ୍ରସାଦ ବେହେରା ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ. ଛାତ୍ର ଛାତ୍ରୀ ଓ ଆଲୋଚକଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି ଆଲୋଚନାଚକ୍ରରେ ତେଇଶିଟି କଲେଜର ଦର୍ଶନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ. ଶେଷରେ ଅଧ୍ୟାପିକା ବାହା ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମର ପରିଚାଳନାରେ ଅଧ୍ୟାପକ ଗୌତମ ପରିଡ଼ା ସହଯୋଗ କରିଥିଲେ. ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ