ଏମବିବିଏସ ଡାକ୍ତରଙ୍କ ମଣିଷ ପଣିଆ

ଗଞ୍ଜାମ – ଗଞ୍ଜାମ ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ସମ୍ମୁଖରେ ଏକ ଗାଈ ଅସୁସ୍ଥ ହୋଇ ପ୍ରସବ କରିବା ପାଇଁ ଛଟପଟ ହୋଉଥିବା ବେଳେ କିଛି ଲୋକ ଦେଖି ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଙ୍କୁ ଖବର ଦେବାରୁ ସେ ସଂଗେ ସଂଗେ ପଶୁ ଚିକିତ୍ସା କେନ୍ଦ୍ରକୁ ଖବର ଦେଇଥିଲେ ମଧ୍ୟ ଆସିବାରେ ବିଳମ୍ବ ହେବାରୁ ଗ୍ରାସୀମ ଇଣ୍ଡୋଷ୍ଟିଜ ର ଏମବିବିଏସ ଡାକ୍ତର ପ୍ରସବ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ , ଗ୍ରାସୀମ ଇଣ୍ଡୋଷ୍ଟିଜ ର ମାନବିକତା ପଣିଆକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନାଥାଉକି ଗ୍ରାସୀମ କମ୍ପାନୀ ର ଏସ.ବି.ଆଇ ଏଟିଏମ ସମୁଖ ରେ ଏକ ଗର୍ଭବତୀ ଗାଈ ଅସୁସ୍ଥ ହୋଇ ଛଟପଟ ହେଉଥିବା ବେଳେ ଲୋକ ମାନେ ଗଂଜାମ ବିଡ଼ିଓ ଙ୍କୁ ଖବର ଦେବାରୁ ସେ ସଂଗେ ସଂଗେ ପଶୁଚିକିତ୍ସା କେନ୍ଦ୍ରକୁ ଖବର ଦେଇଥିଲେ । ମାତ୍ର ସେମାନେ ଆସିବାରେ ବିଳମ୍ବ କରିବାରୁ ଗ୍ରାସୀମ କମ୍ପାନୀ ର ଏମବିବିଏସ ଡାକ୍ତର ଏମ.କେ. ବିଶୋଇ ପହଞ୍ଚି ପ୍ରଥମେ ଅସୁସ୍ଥ ଗାଇଟିକୁ ଆବଶ୍ୟକ ଔଷଧ ଦେଇ ସୁସ୍ଥ କରିବା ସହ ମରଣ ମୁହଁରୁ ବଞ୍ଚାଇଥିଲେ । ପରେ ପ୍ରସବ କରାଇଥିଲେ ବି ଛୁଆଟି ଜନ୍ମ ହୋଇଥିଲେ ବି ବଞ୍ଚିପାରିନଥିଲା ମଧ୍ୟ ଗାଇଟି ସୁସ୍ଥ ଥିବା ଦେଖାଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଛୁଆ ଜନ୍ମହେବା ଓ ଅସୁସ୍ଥ କାରଣରୁ ଛୁଆଟା ମରିଯାଇଥିଲା ବୋଲି ଡାକ୍ତର ବିଶୋଇ କହିଛନ୍ତି । ଏଥିରେ ସିଏସଆର ଅଧିକାରୀ ସୁଶାନ୍ତ ଦାସ, କମ୍ପାନୀ ର କର୍ମଚାରୀ କାଳିଆ ନାହାକ, ବାବୁଲା ଗୌଡ଼, କାଶୀନାଥ ନାହାକ, ସୁରେଶ କୁମାର ନାହାକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ