ଏମସିଏଏମ କଲେଜ ଓଡ଼ିଆ ବିଭାଗର ପାଠଚକ୍ର

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟର ଓଡ଼ିଆ ବିଭାଗ ତରଫରୁ ସ୍ୱାଧୀନତା ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିତାର ଗଠନ କଳା ଶୀର୍ଷକ ଏକ ଦିବସୀୟ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ଵରେ ଏବଂ ବିଭାଗୀୟ ମୁଖ୍ୟ ଡ଼କ୍ଟର ଠାକୁରା ଚରଣ ମାରାଣ୍ଡି ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି. ଏଥିରେ ଗୋରୁମହିଷାଣୀ ଆଇରନ କଲେଜର ଓଡ଼ିଆ ବିଭାଗ ଅଧ୍ୟାପକ ଡ଼କ୍ଟର ଦିଗାମ୍ବର ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଦ୍ଧଦେବ, ଉତ୍କଳ ମଣି ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟଙ୍କ କବିତା ଏବଂ ବାଙ୍ଗରିପୋଷୀ ଘାଟି ଉପରେ ଏକ ସୁନ୍ଦର ରଚନା ପାଠ କରିବା ସହିତ ଓଡ଼ିଆ ଭାଷାର ଗୁରୁତ୍ଵ ଉପରେ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ. ବିଭାଗୀୟ ଅଧ୍ୟାପିକା ତୃପ୍ତି ଦାସ କବିତା ପାଠ କରିବା ସହିତ କବିତା ପଠନର ଶୈଳୀ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ. ସ୍ନାତକୋତ୍ତର ଛାତ୍ରୀ ଇପ୍ସିତା ବେହେରା, ଅର୍ଚ୍ଚନା ବାରିକ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଉମାବତୀ ପାତ୍ର, ସରିତା ବିନ୍ଧାଣୀ, ସ୍ନେହଲତା ପ୍ରଧାନ, ରୁଦ୍ର ବେହେରା, ପ୍ରମିଳା ମହାନ୍ତ, ଲିଜାରାଣୀ ବିଶ୍ୱାଳ, ମାନସ ଗିରି, ଛବିରାଣୀ ମହାନ୍ତ ପ୍ରମୁଖ କବିତା ପାଠ କରିଥିଲେ. ଶେଷରେ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରୀ ମୋନାଲିସା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ