ଏମସିସି/ଏମଆରଏଫ ପ୍ଲାଣ୍ଟ ପରିଦର୍ଶନ କଲେ କେନ୍ଦ୍ର ସଚିବ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ସଚିବ ଭିନୀ ମହାଜନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଶନିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଂଚାୟତର ଯଜ୍ଞଶାଳା ଓ ବି. ତୋଟାପଲ୍ଲୀ ଗ୍ରାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି । ତାଙ୍କ ସହ ରାଜ୍ୟ ପଂଚାୟତରାଜ ବିଭାଗର ନିର୍ଦ୍ଦେଶକ ଜି. ପରମେଶ୍ୱର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ୍ ପ୍ରଥମେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ସଠିକ ଭାବେ ପରିଚାଳନା କରାଯାଉଥିବା ଏମସିସି / ଏମଆରଏଫ ପ୍ଲାଣ୍ଟ ବୁଲି ତଦାରଖ କରିଛନ୍ତି । ଏହା ସହ ଗ୍ରାମ୍ୟ କମିଟ, ସ୍ଥାନୀୟ ସରପଂଚ, ଏସଏଚଜି ମହିଳା ମାନଙ୍କ ସହ ଏହି ପ୍ଲାଣ୍ଟ କିପରି ପରିଚାଳନା କରାଯାଉଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଗ୍ରାମକୁ ସଠିକ୍ ଭାବେ ଗ୍ରାମ୍ୟ ପାନୀୟ ଜଳ ବ୍ୟବସ୍ଥା ହୋଇଛି କିନାହିଁ ତାର ମଧ୍ୟ ତଦାରଖ କରିଛନ୍ତି । ପରେ ବି. ତୋଟାପଲ୍ଲୀ ଗ୍ରାମ ପରିଦର୍ଶନ କରି ପାଇଖାନା, ସୋକ ପିଟ୍ ର ବ୍ୟବସ୍ଥା କିପରି ହୋଇଛୀ ତାହାର ମଧ୍ୟ ଅନୁଧ୍ୟାନ କରିଥିଲେ । ସମସ୍ତ ଅଂଚଳ ପରିଦର୍ଶନ କରିବା ପରେ କେନ୍ଦ୍ର ସଚିବ ଖୁସି ବ୍ୟକ୍ତ କରିଥିଲେ । ଏହି ପରିଦର୍ଶନ ବେଳେ ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ ସିଇଓ ପ୍ରତାପ ଚନ୍ଦ୍ର ପ୍ରଧାନ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ୍ ସାହୁ, ସରପଂଚ ସି. ଏଚ୍‌. ମନୋଜ କୁମାର ରେଡ୍ଡୀ, ନାଏବ ସରପଂଚ ନିରୂପମା ରେଡ୍ଡୀ, କନିଷ୍ଟ ଯନ୍ତ୍ରୀ ମନୋରଞ୍ଜନ ମଲ୍ଲିକ, ଭିଏଲଡବ୍ଲୁ ଦଣ୍ଡପାଣି ପ୍ରଧାନ, ଜିଆରଏସ ଏ. ଦଣ୍ଡପାଣି, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ଦୁଇଟି ଗ୍ରାମର ଗ୍ରାମ୍ୟ କମିଟି ସଦସ୍ୟ ମାନଙ୍କ ସମେତ ଗ୍ରାମର ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ