ଏମସ ପିଜି ପ୍ରବେଶିକା ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ
ଭୁବନେଶ୍ୱର: ଏମସ-ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ନୂଆଦିଲ୍ଲୀ ଏମସ ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳରେ ଭୁବନେଶ୍ୱର ଏମସ ଛାତ୍ରୀ ଡା.ଭିନିଆ କେ ଦେଶର ଟପର ହୋଇଛନ୍ତି । ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସେ ଭୁବନେଶ୍ୱର ଏମସ ପାଇଁ ଗୌରବ ଆଣିଛନ୍ତି । ପରୀକ୍ଷାରେ ସେ ୧୦୦ ପରସେଣ୍ଟାଇଲ ରଖିଛନ୍ତି । ଭିନିଥାଙ୍କ ସମେତ ଦେଶର ସମସ୍ତ ଏମସର ମୋଟ ୨୯ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି । ଭୁବନେଶ୍ୱର ସମେତ ଯୋଧପୁର ଓ ଋଷିକେଶ ଏମସର ୬ ଜଣ ଲେଖାଏଁ ଛାତ୍ରଛାତ୍ରୀ ଏହି ତାଲିକାରେ ଥିବା ବେଳେ ନୂଆଦିଲ୍ଲୀ ଏମସର ୪ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ମୋଟ ୪୩୩୫ ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱ ଏମସର ୭୪ ଜଣ ରହିଛନ୍ତି । ଅନ୍ୟ ଏମସଗୁଡ଼ିକ ତୁଳନାରେ ଭୁବନେଶ୍ୱର ଏମସର ଛାତ୍ରଛାତ୍ରୀ ଏଥର ଉନ୍ନତ ପ୍ରଦର୍ଶନ କରିଛନ୍ତି । ଏଭଳି ସଫଳତା ନେଇ ଭୁବନେଶ୍ୱର ଏମସର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବି ଖୁସି ବ୍ୟକ୍ତ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଦେବା ସହ ସମସ୍ତ ଅଧ୍ୟାପକଙ୍କୁ ଧନ୍ୟବାଦ ଦେଇଛନ୍ତି । ମେଡିକାଲ ସାଇନ୍ସ କ୍ଷେତ୍ରରେ ଭୁବନେଶ୍ୱର ଏମସ ଭବିଷ୍ୟତରେ ଏକ ପ୍ରମୁଖ ପେଣ୍ଠସ୍ଥଳ ପାଲଟିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।