ଏମିତିକା ତୋପ: ଥରେ ଗର୍ଜିଥିଲା, ଖୋଳିଦେଲା ପୋଖରୀ
ଭାରତୀୟ ରାଜା ମହାରାଜାମାନେ ନିଜ ସାନଦାର ଅନ୍ଦାଜ ପାଇଁ ସବୁବେଳେ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି ସାରା ବିଶ୍ୱରୁ । କେତେବେଳେ ଟିପୁ ସୁଲତାନଙ୍କ ତୋପ ତ କେତେବେଳେ ମହାରାଣା ପ୍ରତାପଙ୍କ ଖଣ୍ଡା ପୁଣି କେତେବେଳେ ଶିବାଜୀ ମହାରାଜଙ୍କ ବୀରତ୍ୱର କାହାଣୀ ସାରା ବିଶ୍ୱକୁ ଭାରତୀୟ ରାଜାମାନଙ୍କ ସଉକର କାହାଣୀ ସମ୍ପର୍କରେ ଅବଗତ କରାଇବାକୁ ଖୋରାକ ଯୋଗାଇଛି । ଏହି କାହାଣୀରେ ସେମାନଙ୍କ ଦ୍ୱାରା ପରିଚାଳିତ ଅସ୍ତ୍ରଶସ୍ତ୍ର ବି ବେଶ ଗୁରୁତ୍ୱ ବହନ କରେ । ପାଠକେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତର ଏମିତି ଗୋଟିଏ ତୋପ ଅଛି ଯାହା ମାତ୍ର ଗୋଟିଏ ଥର ଚାଲିଥିଲା । ଆଉ ଏଇ ଥରକରେ ଏହି ତୋପର ଗୋଲା ପଡି ସୃଷ୍ଟି ହୋଇଥିଲା ଏକ ପୁଷ୍ପରିଣୀ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ।
ଯୋଧପୁରର ଜୟଗଡ଼ ଜିଲ୍ଲାରେ ରହିଛି ଏହି ତୋପ । କୁହାଯାଏ ଏହା ହେଉଛି ସମଗ୍ର ଏସିଆ ମହାଦେଶର ସର୍ବବୃହତ ତୋପ । ଏକଦା ବାହ୍ୟ ଶତ୍ରୁ ଆକ୍ରମଣ ସମୟରେ ଏହି ତୋପକୁ ଯୁଦ୍ଧରେ ଲଗାଯାଇଥିଲା । ଯାହାର ଗୋଲା ଦୀର୍ଘ ୩୫ କି.ମି ଦୂର ଜୟପୁରରେ ଚାକସୁ ନାମକ ଏକ ଗ୍ରାମରେ ପଡିଥିଲା ଓ ସେଠାରେ ଏକ ପୁଷ୍ପରିଣୀ ସୃଷ୍ଟି ହୋଇଥିଲା । ଯାହାର ଜଳ ଆଜି ବି ଉକ୍ତ ଅଞ୍ଚଳରେ ଥିବା ଜନବସତିର ଲୋକେ ବ୍ୟବହାର କରୁଛନ୍ତି ।
ଆରାବଳୀ ପର୍ବତ ଉପରେ ଥିବା ଏହି ଜିଲ୍ଲା ୧୭୨୬ରେ ନିର୍ମାଣ କରାଯାଇଥିଲା । ଜିଲ୍ଲାର ଡୁଙ୍ଗର ଦରୱାଜା ନାମକ ସ୍ଥାନରେ ରହିଥିବା ଏହି ତୋପର ଓଜନ ହେଉଛି ୫୦ ଟନ ଓ ଲମ୍ବ ୩୧ ଫୁଟ ୩ ଇଞ୍ଚ ।