ଏମିତି କଥାରେ ନୋ କମ୍ପର୍ମାଇଜ୍

ରିଲେସନସିପକୁ ଲମ୍ବା ସମୟ ପର୍ଯ୍ୟନ୍ତ ଆଗେଇ ନେବାକୁ କମ୍ପରମାଇଜ କରିବାକୁ ପଡ଼ିବ । ଆପଣମାନେ ଏଥିରେ ରାଜି ହେବେ ନିଶ୍ଚୟ । କିନ୍ତୁ ଅଧିକ କମ୍ପରମାଇଜ କରିବା ବି ଠିକ୍ ନୁହେଁ । ଏହା ସୀମିତ ହେବା ଉଚିତ । ନିମ୍ନଲିଖିତ ୫ଟି କଥାକୁ କେବେ ବି ରିଲେସନ୍ସିପରେ କମ୍ପରମାଇଜ କରାଯିବା ଉଚିତ ନୁହେଁ ।
ମିଛ: ଏକ ସୁସ୍ଥ ରିଲେସନ୍ସିପ୍ରେ ମିଛରେ ଆଦୌ ସ୍ଥାନ ନାହିଁ । ଆପଣ କେଉଁଠାରେ ଅଛନ୍ତି ଭଳି ଛୋଟ ମିଛଠାରୁ ଆରମ୍ଭ କରି ଆପଣଙ୍କ ଆର୍ଥିକ ସ୍ଥିତି ଭଳି ବଡ଼ ମିଛ ପରବର୍ତ୍ତୀ ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଗୋଟିଏ ମିଛ ପାଇଁ ଆପଣଙ୍କୁ ଏକାଧିକବାର ମିଛ କହିବାକୁ ପଡ଼ିପାରେ । ଏପରି ହେଲେ ରିଲେସନ୍ସିପ୍ରେ ସନ୍ଦେହ ଓ ଅବିଶ୍ୱାସ ଦେଖାଯିବ ।
ପ୍ରତାରଣା : ପ୍ରତାରଣା ଧରାପଡ଼ିଲେ ପୁରୁଷ ହୁଅନ୍ତି କି ମହିଳା, ଏହା ପଛରେ ଅନେକ କାରଣ ଦର୍ଶାନ୍ତି । କିନ୍ତୁ ଏହା ଆଦୌ ଗ୍ରହଣୀୟ ନୁହେଁ । କାରଣ ଯାହା ବି ହୋଇଯାଉ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇପାରିବ । ଅତି ଖରାପ ପରିସ୍ଥିତିରେ ପ୍ରତାରଣା କରିବା ଅପେକ୍ଷା ରିଲେସନସିପ ଭାଙ୍ଗି ଦିଆଯିବା ସବୁଠୁ ଭଲ ।
ନିର୍ଯାତନା: ନିର୍ଯାତନା କହିଲେ ଆମେ କେବଳ ଶାରୀରିକ ନିର୍ଯାତନାକୁ ବୁଝୁ । କିନ୍ତୁ ମାନସିକ ନିର୍ଯାତନା ଅତ୍ୟନ୍ତ କ୍ଷତିକାରକ । ଏହା ରିଲେସନ୍ସିପ୍କୁ ପ୍ରଭାବିତ କରିଥାଏ । ଯଦି ଆପଣ ବୁଝାମଣା ପରେ ମଧ୍ୟ ଆପଣଙ୍କ ପାର୍ଟନର ଆପଣଙ୍କ ଭାବନାକୁ ବୁଝିପାରୁନାହାନ୍ତି ଓ ତାଙ୍କ ସ୍ୱଭାବ ବଦଳୁନାହିଁ, ରିଲେସନସ୍ିପ୍ କାଟିଦେବା ଭଲ ।
ଅସମ୍ମାନ:ରିଲେସନ୍ସିପ୍ ଯୁକ୍ତିତର୍କ ହେବା ସାଧାରଣ କଥା । କିନ୍ତୁ ଅନ୍ୟମାନଙ୍କ ଉପସ୍ଥିତିରେ ଯୁକ୍ତିତର୍କ କରିବା ଗ୍ରହଣୀୟ ନୁହେଁ । ଏହା ସମ୍ମାନହାନି କରେ । ଏକ ସୁସ୍ଥ ରିଲେସନସିପ ପାର୍ଟନରକୁ ଅନ୍ୟମାନଙ୍କ ଆଗରେ ଅସମ୍ମାନ କରିବା ଅନୁଚିତ୍ ।
ସହଯୋଗ ନ କରିବା: ଏକ ରିଲେସନ୍ସିପ୍ ବିଶ୍ୱାସ, ସମ୍ମାନ ଓ ସମର୍ଥନକୁ ନେଇ ଗଢ଼ିଉଠେ । ଏଥିରୁ କୌଣସିଟିରେ ଅଭାବ ଦେଖାଗଲେ ରିଲେସନ୍ସିପ୍ ତିଷ୍ଠି ରହିବା ସହଜ ହୋଇନଥାଏ । ପାର୍ଟନରକୁ ପ୍ରତିଟି କ୍ଷେତ୍ରରେ ସମର୍ଥନ କରିବା ଉଚିତ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ